ଡିଜିଟାଲ ଫସଲ ସର୍ବେକ୍ଷଣ ଛତ୍ରପୁର ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ବିଭାଗ ତରଫରୁ ଚଳିତ ଖରିଫ ଋତୁରୁ ଆରମ୍ଭ ହୋଇଥିବା ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ଜ଼ିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ସମବାୟ ସମ୍ପାଦକ, କୃଷକ ସାଥି ଙ୍କୁ ନେଇ ବ୍ଲକ ସ୍ତରୀୟ ପ୍ରାରମ୍ଭିକ ସଭା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ, ଛତ୍ରପୁର କୃଷି ଜିଲ୍ଲା ଅଧିକାରୀ କୁଳମଣି ବାରିକ, ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର ଏବଂ ସହକାରୀ କୃଷି ଅଧିକାରୀ ନିରୁ ନିକୁଞ୍ଜ ବିହାରୀ ନାୟକ ଡିଜିଟାଲ ଫସଲ ସର୍ଭେ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ,ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପ୍ରତି ପଞ୍ଚାୟତ ସ୍ତରରେ ଜଣେ ଜଣେ ସୁପରଭାଇଜର ଓ 4 ରୁ 5 ଜଣ ଲେଖାଏଁ ସର୍ଭେୟର ଚୟନ କରାଯାଇଛି, ଏହି କାର୍ଯ୍ୟକ୍ରମ ଚଳିତ ମାସ 16 ତାରିଖରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର 16 ତାରିଖ ଭିତରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି.ଏଥିରେ କୃଷି ଅଧିଦର୍ଶକ,ଗ୍ରାମ୍ୟ କୃଷି କର୍ମଚାରୀ, ରାଜସ୍ବ ନିରୀକ୍ଷକ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅମିନ, ଏସ.ଏଫ.ଏସ ଓ ମୃତ୍ତିକା ସରଂକ୍ଷଣ ସମ୍ପ୍ରସାରଣ କର୍ମଚାରୀ ମାନଙ୍କୁ ସୁପରଭାଇଜର ରୂପେ ଦାୟିତ୍ୱ ଦିଆଯାଇଅଛି . ଉକ୍ତ କାର୍ଯ୍ୟକ୍ରମ କୁ ଵି.ଟି.ଏମ ଶ ସ୍ମୃତି ସ୍ମରଣିକା ସାହୁପରିଚାଳନାରେ ସହଯୋଗ କରିଥିଵା ବେଳେ କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ.


