ମାନବ ମୁଖରେ ପୂଜାପାନ୍ତି ଭଗବାନ ଶ୍ରୀଗଣେଶ

ସାଧାରଣତଃ ପ୍ରତ୍ୟେକ ମନ୍ଦିରରେ ଭଗବାନ ଶ୍ରୀଗଣେଶଙ୍କ ଗଜମୁଖ ସ୍ୱରୂପ ପ୍ରତିମା ସ୍ଥାପିତ ହୋଇଥାଏ । କିନ୍ତୁ ଦକ୍ଷିଣ ଭାରତସ୍ଥିତ ଏକ ମନ୍ଦିରରେ ଏହାର ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଠାରେ ଗଜମୁଖ ପରିବର୍ତ୍ତେ ମାନବମୁଖରେ ଗଜାନନ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତାମିଲନାଡୁ ସ୍ଥିତ ଆଦି ବିନାୟକ ମନ୍ଦିରରେ ଏହି ବିଚିତ୍ରତା ଦେଖିବାକୁ ମିଳିଛି । ଏହା ଦୁନିଆର ଏକମାତ୍ର ମନ୍ଦିର, ଯେଉଁଠାରେ ଗଜାନନ ମାନବମୁଖରେ ପୂଜା ପାଉଛନ୍ତି । ମନ୍ଦିର ସହ ଆଉ ଏକ ଅଦ୍ଭୁତ ଘଟଣା ଯୋଡ଼ି ହୋଇରହିଛି । ଏହାକୁ ଏକମାତ୍ର ଗଣେଶ ମନ୍ଦିର କୁହାଯାଏ, ଯେଉଁଠାରେ ଲୋକେ ନିଜ ପିତୃପୁରୁଷଙ୍କ ପିଣ୍ଡଦାନ ନିମନ୍ତେ ପୂଜା କରିବାକୁ ଆସନ୍ତି । ମାନ୍ୟତା ରହିଛି, ଏହି ସ୍ଥାନରେ ଭଗବାନ ଶ୍ରୀରାମ ନିଜ ପୂର୍ବଜଙ୍କ ଆତ୍ମାର ଶାନ୍ତି ନିମନ୍ତେ ପୂଜାର୍ଚ୍ଚନା କରିଥିଲେ । ଏହି ପରମ୍ପରା ସ୍ୱରୂପ ଆଜି ବି ଲୋକେ ଏହାକୁ ପାଳନ କରିଆସୁଛନ୍ତି । ତାମିଲନାଡୁସ୍ଥିତ ଏହି ଗଣେଶ ମନ୍ଦିର ଦେଖିବାକୁ ସେତେ ଭବ୍ୟ ନଥିଲେ ମଧ୍ୟ ନିଜ ଅଦ୍ଭୁତ ଆକର୍ଷଣ ପାଇଁ ବେଶ୍ ପରିଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ