ଡିସେମ୍ବର ୧ରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ
ଭୁବନେଶ୍ୱର : ଡିସେମ୍ବର ୧ରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପୂର୍ବରୁ ଯେଉଁ ପରିମାଣର ଫାଇନ୍ ଆଦାୟ ହେଉଥିଲା ଏଥିରେ କୌଣସି କୋହଳ କରା ଯିବନି । ସଂଶୋଧିତ ମୋଟର ଯାନ ଆଇନ୍ ୨୦୧୯ ଅନୁଯାୟୀ ଫାଇନ୍ ବା ଜରିମାନା ଆଦାୟ କରାଯିବ ବୋଲି ଜଣାପଡ଼ିଛି । ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟର ଯାନ ଆଇନ୍ ୨୦୧୯ ଲାଗୁ ହୋଇଥିଲା । ଏହି ଆଇନ୍ର କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଓ ନିୟମ ଅନୁସାରେ ସବୁ କାଗଜପତ୍ର ଠିକ୍ ନ ଥିଲେ ଜରିମାନା ଆଦାୟ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଶେଷରେ ବାଦ ବିବାଦ ପରେ ୩ ମାସ ପର୍ଯ୍ୟନ୍ତ ନିୟମକୁ କୋହଳ କରିଥିଲେ ରାଜ୍ୟ ସରକାର । ଏହି ସମୟ ଭିତରେ ଗାଡ଼ିର ସବୁ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା ।


