ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ପାଣି ଚାଲୁଛି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ବାଉନଘର ବେହେରା ସାହିରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ କଂକ୍ରିଟ୍ ରାସ୍ତା ଉପରେ ପାଣି ଢେଉ ମାରୁଥିବା ଦେଖାଯାଇଛି । ଏହି ରାସ୍ତା ଉପରେ ଘଡେଇ ସାହି, ଖର୍ଦ୍ଦା ସାହି, କର୍ଦ୍ଦା ସାହି, ବୃନ୍ଦାବନପୁର ଆଦି ଗ୍ରାମକୁ ଲୋକ ମାନେ ଯାତାୟତ କରିଥାନ୍ତି । ବିଶେଷକରି ହାସିନପୁର ଗ୍ରାମର ପ୍ରାୟ ୨ ହଜାର ଲୋକ ଏହା ଉପରେ ନିର୍ଭର କରୁଛନ୍ତି । କଂକ୍ରିଟ୍ ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ୧୫ ବର୍ଷ ପୂର୍ବେ ଏହି କଂକ୍ରିଟ୍ ରାସ୍ତା ତିଆରି ହୋଇଥିବା ବେଳେ ଗତ ୩ ବର୍ଷ ତଳେ ଏହାକୁ ମରାମତି କରାଯାଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ଦିନେ ଏଭଳି ସମସ୍ୟା ଦେଖାଯାଉଥିବା ଗ୍ରାମବାସୀ ମାନେ କହିିଛନ୍ତି । ରାସ୍ତା ଉପରେ ପାଣି ଜମି ରହିବା ଫଳରେ ଜୀବାଣୁ ବୃଦ୍ଧି ହୋଇ ବିଭିନ୍ନ ପ୍ରକାରର ଚର୍ମ ରୋଗ ସୃଷ୍ଟି ହେବା ସହ ପରିବେଶ ଦୂଷିତ ହେଉଥିବା ଜଣାଯାଇଛି । ତେବେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।