ତହସିଲଦାରଙ୍କ ଗିରଫ ଦାବୀରେ ଜନଆକ୍ରୋଶ ସମାବେଶ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବଜାରରେ ଉଠାଦୋକାନୀ ମାନଙ୍କୁ କ୍ଷତିପୂରଣ ନଦେଇ ଥଇଥାନ ନକରି ବେଆଇନ ଭାବେ ପ୍ରଶାସନ ଉଠାଦୋକାନୀଙ୍କ ଘର ଭାଂଗିବା ନେଇ କିଛି ଉଠାଦୋକାନୀ ଅଭିଯୋଗ କରିବା ପାଇଁ ଆଇନଜୀବି ପରମେଶ୍ୱର ବାରିକଙ୍କୁ ନେଇ ତହସିଲଦାରଙ୍କ ନିକଟକୁ ଯାଇଥିବା ବେଳେ ତହସିଲଦାର ସେମାନଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ । ଏଥିନେଇ ବନ୍ତ ଥାନାରେ ତହସିଲଦାର ବିରୁଦ୍ଧରେ ୧୦ରୁ ଉର୍ଦ୍ଧ୍ୱ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାର ପ୍ରତିବାଦରେ ତହସିଲଦାରଙ୍କୁ ତୁରନ୍ତ ଗିରଫ କରିବା ସହ ଚାକିରୀରୁ ବରଖାସ୍ତ କରିବା ଦାବୀରେ ଗୁରବାର ବନ୍ତ ଥାନା ଛକ ଠାରେ ଏକ ଜନଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ୪ଟା ବେଳେ ବନ୍ତ ଥାନା ଛକରୁ ବନ୍ତ ଅଞ୍ଚଳର ନାଗରିକ ମଞ୍ଚ, ବୁଦ୍ଧିଜୀବି, ଉଠାଦୋକାନୀ ମାନଙ୍କ ମିଳିତ ସହଯୋଗରେ ଶତାଧିକ ମହିଳା ଓ ପୁରୁଷ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ବନ୍ତ ବଜାର ପରିକ୍ରମା କରିଥିଲେ । ପରେ ବନ୍ତ ଥାନା ଛକ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଉକ୍ତ ସମାବେଶରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସିପିଆଇ ରାଜ୍ୟ ସହ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ଡଃ.ପ୍ରଶାନ୍ତ କୁମାର ମିଶ୍ର, ଉଠାଦୋକାନୀ ସଂଘର ସର୍ବଭାରତୀୟ ସଂପାଦକ ଜୟନ୍ତ ଦାସ, ପଧାନପଡା ସରପଞ୍ଚ ସେକ୍ ମୁସ୍ତାକ ଅଲ୍ଲୀ ଖାଁ, ବନ୍ତ ବଜାର କମିଟି ସଭାପତି ନୃସିଂହ ଚରଣ ପରିଡା, ସିପିଆଇ ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ସିପିଆଇ ଜୋନ୍ ସମ୍ପାଦକ ରମେଶ ଜେନା, ୧୫ନଂ.ଜୋନ୍ କଂଗ୍ରେସ ସଭାପତି ଅନନ୍ତ ଚରଣ ଦାଶ, ସମିତି ସଭ୍ୟ ରତିକାନ୍ତ ଜେନା, କୃଷକ ନେତା ସୁବାଷ ବେହେରା, ବ୍ଲକ ଛାତ୍ର କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ନାୟକ, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ଜେନା, ନାରାୟଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ବିସ୍ଥାପନ ନିୟମକୁ ଉଲଘଂନ କରାଯାଇ ଉଠାଦୋକାନୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ ଓ ଥଇଥାନ କରାନଯାଇ ତହସିଲଦାର ଉଠା ଦୋକାନୀ ମାନଙ୍କ ଘର ଭାଂଗିବାକୁ ତୀବ୍ର ନିନ୍ଦା କରିବା ସହିତ ତହସିଲଦାରଙ୍କୁ ତୁରନ୍ତ ଗିରଫ କରିବା ସହ ଚାକିରୀରୁ ବହିଷ୍କାର କରିବାକୁ ଦାବୀ କରିଥିଲେ । ଏଥିସହ ଯୁବ ନେତା ସ୍ମୃତି ରଞ୍ଜନ ସ୍ୱାଇଁଙ୍କୁ ମିଥ୍ୟା ମାମଲାରେ ଛନ୍ଦି ଗିରଫ ଉଦ୍ୟମ କରାଯିବାକୁ ବ୍ଲକ ଛାତ୍ର କଂଗ୍ରେସ ସଭାପତି ତୀବ୍ର ନିନ୍ଦା କରିଥିଲେ । ସମାବେଶରେ କିଶୋର ବେହେରା, ରବିନ୍ଦ୍ର ନାୟକ, ମାର୍କଣ୍ଡ ବାରିକ, ରବିନ୍ଦ୍ର ତରେଇ, ଭରତ ସେନାପତି, ପଦ୍ମନାଭ ସ୍ୱାଇଁ, ପଶ୍ୁର୍ରାମ ସ୍ୱାଇଁ, ବିଷ୍ଣୁ ଚରଣ ଜେନା, ସେକ୍ ଅବଦୁଲ୍ଲାଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ ।