ଗୋରକ୍ଷଣୀରେ ବାଛୁରୀ ଛାଡି ମାଲିକ ଛୁ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ କାଉପଡା ଗ୍ରାମପଂଚାୟତ ଅଧିନସ୍ଥ ନିଳିକଣା ଗ୍ରାମରେ ଥିବା ଶ୍ରୀ ସିଦ୍ଧ ବଳଦେବଜୀଉ ଗୋରକ୍ଷଣୀର ମାଲିକ ଦଶଦିନ ହେବ ହଲାପଟା ହେଉଥିବାର ଦେଖାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ଦଶଦିନ ତଳେ ରାତି ଅଧରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଥିଲେ । ସେହି ଗାଡିରେ ୮ଟି ବାଛୁରୀ ଥିଲେ । ବାଛୁରୀ ମାଲିକ ଜବତ ହୋଇଥିବା ଗାଡିକୁ ଥାନାରୁ ମୁକୁଳାଇ ନେଇଥିବା ବେଳେ ବାଛୁରୀ ଫେରାଇ ନେବାକୁ ନାଁଗନ୍ଧ ଧରୁନଥିବା ଦେଖାଯାଇଛି । ସେହିଦିନ ଅନୁରୂପ ଭାବରେ ପଟ୍ଟାମୁଣ୍ଡାଇ ଥାନା ୮ଟି ବାଛୁରୀ ଜବତ କରି ଗୋରକ୍ଷଣୀରେ ଜିମା ଦେଇଥିଲା । ସେହି ଗୋରକ୍ଷଣୀକୁ କୈାଣସି ସରକାରୀ ଅନୁଦାନ ମିଳୁନଥିବା ବେଳେ ୧୬ଟି ଅଧିକ ବାଛୁରୀକୁ ପାଳନ କରିବା ପାଇଁ ଓ ପ୍ରତ୍ୟେକ ଦିନ ଛଣ,ଚୋକଡ,କୁଣ୍ଡା ପ୍ରଭୃତି କିଣିବା ଏବଂ ସେମାନଙ୍କର ସେବାଯତ୍ନ ନିଆଯିବା ଗୋରକ୍ଷଣୀ ପାଇଁ ଅତିରିକ୍ତ ବୋଝ ପାଲଟିଛି । ସଦର ଥାନାକୁ ଏସମ୍ପର୍କରେ ଯୋଗାଯୋଗ କଲେ ସାମାନ୍ୟ କିଛି ସାହାଯ୍ୟ ଦେଇ ସେମାନେ ନୀରବ ରହୁଛନ୍ତି । ଏହାଦ୍ୱାରା ଗୋରକ୍ଷଣୀର ବହୁଳ କ୍ଷତି ହେଉଥିବା ଓ ଅଧିକ ଗୋରୁଙ୍କୁ ସମ୍ଭାଳି ନପାରି ଚାପ ଯୋଗୁ ପୂର୍ବରୁ ଥିବା ଗୋସେବକ ସ୍ଥାନ ଛାଡି ପଳାଇଥିବା ବେଳେ ଗୋରକ୍ଷଣୀ ମାଲିକଙ୍କ ପାଇଁ ମାନସିକ ଚାପ ବୃଦ୍ଧି ପାଇଛି । ୧୫ରୁ ଅଧିକ ଗୋରୁ ରଖିବାକୁ ଘର ନଥିବାରୁ ପାଲ ତଳେ ବାନ୍ଧିବା ପାଇଁ ଅନୁଷ୍ଠାନ ବାଧ୍ୟ ହୋଇଛି । ତେଣୁ ତୁରନ୍ତ ଜବତ ବାଛୁରୀଙ୍କୁ ଫେରାଇନେବାକୁ ଗୋରକ୍ଷଣୀର ସଭାପତି ବଟକୃଷ୍ଣ ପ୍ରଧାନ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ