ତାମିଲନାଡୁରୁ ସାଇକେଲରେ ଫେରୁଥିବା ୬ଜଣଙ୍କୁ ଘରକୁ ପଠାଇଲା ପୋଲିସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଦାରିଙ୍ଗବାଡି ଥାନା ଦେଇ ବଲାଙ୍ଗିର ଜିଲାକୁ ୬ ପ୍ରବାସୀ ଶୁକ୍ରବାର ତାମିଲନାଡୁରୁ ଫେରୁଥିଲେ। ଦାରିଙ୍ଗବାଡି ପୋଲିସ ସେମାନଙ୍କୁ ଉଦ୍ଧାର କରି ରନ୍ଧା ଖାଦ୍ୟ, ପାଣି ବିସ୍କୁଟ ଦେବାସହ ବିଶ୍ରାମ ପାଇଁ ବ୍ୟବସ୍ଥା କରିଥିଲା। ପରେ ଏକ ଗାଡି କରି ସାଇକଲ ସମେତ ୬ ଜଣଙ୍କୁ ବଲାଙ୍ଗିର ପଠାଯାଇଥିବା ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀ କହିଛନ୍ତି। ସମସ୍ତେ ବଲାଙ୍ଗିର ବାସିନ୍ଦା ହୋଇଥିବାବେଳେ ସେମାନେ ତାମିଲନାଡୁର ଏକ କମ୍ପାନୀରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ କମ୍ପାନୀ ବନ୍ଦ ପରେ ଖାଇବାକୁ ଅସୁବିଧା ହେବାରୁ ସାଇକେଲରେ ଘର ଅଭିମୁଖେ ବାହାରିଥିଲେ। ସେହିପରି ଗୁରୁବାର ବିଳମ୍ବିତ ରାତିରେ ନୂଆପଡାର ୨ ଓ ବରଗଡ ଜିଲାର ୧୧ଜଣ ସାଇକେଲରେ ଦାରିଙ୍ଗବାଡି ଅଞ୍ଚଳରେ ପହଞ୍ଚିଥିଲେ । ସ୍ଥାନୀୟ ପ୍ରଶାସନ ସେମାନଙ୍କ ରହିବା ବ୍ୟବସ୍ଥା କରିଥିଲା। ଶୁକ୍ରବାର ସକାଳୁ ପୁଣି ସାଇକଲ ଯୋଗେ ସେମାନେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛନ୍ତି । ସେମାନେ ତାମିଲନାଡୁରୁ ଚାଲିଚାଲି ଆସୁଥିବାବେଳେ ଆନ୍ଧ୍ରପ୍ରଦେଶ ସୀମାରେ ପ୍ରଶାସନ ୧୦ଦିନ ରଖିବା ପରେ ବ୍ରହ୍ମପୁର ପର୍ଯ୍ୟନ୍ତ ଆଣି ଛାଡିଥିଲା। ସେଠାରୁ ସେମାନେ ସାଇକେଲ କିଣି ବାହାରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ