ତାମ୍ପରା ଲେକ ଅଫ ଭ୍ୟୁ ରେ ସଟରଡେ ଇଭିନିଙ୍ଗ କାର୍ଯ୍ୟକ୍ରମର ଶୁଭାରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଠ କରିବା ନିମନ୍ତେ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ନିକଟରେ ଥିବା ତାମ୍ପରା ହ୍ରଦ ଠାରେ ଶନିବାର ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟ କ୍ରମରେ ସ୍ଥାନୀୟ କଳାକାର ମାନଙ୍କୁ ସେମାନଙ୍କ ପ୍ରତିଭାକୁ ପଯ୍ୟଟକ ମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ପ୍ରଦାନ କରାଯାଇଛି । ଆଜିଠୁ ତାମ୍ପରା ଲେକ ଅଫ୍ ଭ୍ୟୁ ଠାରେ ସଟର ଡେ ଇଭିନିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।  ଏହି  ସାଂସ୍କୃତିକ କାର୍ଯ୍ୟକ୍ରମରେ ପର୍ଯ୍ୟଟକ ମାନେ ଭରପୁର ମଜା ନେବା ସହ  ମନଭରି ଉପଭୋଗ କରିଥିଲେ । ଏହି ସନ୍ଧ୍ୟାରେ ବ୍ରହ୍ମପୁରର ଅନ୍ଵେଷା କଳା କେନ୍ଦ୍ର, ଛତ୍ରପୁରର ଡ୍ରିମ ଡ୍ୟାନ୍ସ ଏକାଡେମୀ ଓ ଡ଼ିଏସଆର ଏକାଡେମୀ ର କଳାକାର ମାନେ ଯୋଗ ଦେଇ ସମ୍ବଲପୁରୀ, ଆଧୁନିକ, ଓଡିଶୀ ଓ ଶିବ ତାଣ୍ଡବ ନୃତ୍ୟ ପରିବେଷଣ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତାହର ପ୍ରତି ଶନିବାର ସନ୍ଧ୍ୟାରେ ଆୟୋଜନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁନାମଧନ୍ୟ ଭାଷ୍ୟକାର ଗୁଲାମ ପରିଚାଳନା କରିଥିବା ବେଳେ ବ୍ରହ୍ମପୁର ର ଯୁବ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର ସାହୁ ପ୍ରାରମ୍ଭିକ ଜଗନ୍ନାଥ ଭଜନ ଗାନ କରିଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ