ତିନିଦଫା ଦାବୀ ପୂରଣ ପାଇଁ ବାଲିଗୁଡା ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ନାଲି ଆଖି ସତ୍ୱେ ରାଜ୍ୟ ଶିକ୍ଷକ ସଙ୍ଘ ଆହ୍ବାନକ୍ରମେ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ସତ୍ବେ ମଧ୍ୟ କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକ ର ୧୬୨୦ ବିଦ୍ୟାଳୟ ର ଆଠ ହଜାର ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନ ରେ ସାମିଲ ହୋଇ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ଧାରଣା ରେ ବସିଛନ୍ତି। ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଅନୁପସ୍ଥିତ ଯୋଗୁଁ ବିଦ୍ୟାଳୟ ରେ ତାଲା ପଡ଼ିବା ସହ ପାଠପଢ଼ା ଠପ୍ ହୋଇଯାଇଛି । ଖବର ଅନୁଯାଇ ଦୀର୍ଘଦିନ ହେବ ନୂତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଶିକ୍ଷକ ମାନେ ଭୁବନେଶ୍ବର ରାଜରାସ୍ତା ରେ ଧାରଣା ବସିବା ସହ ରାଜ୍ୟ ସରକାରଙ୍କ ଉପରେ ଭରସା କରି କଳା ବ୍ୟାଜ ପରିଧାନ କରି ନିୟମିତ ଶିକ୍ଷାଦାନ କରି ଆସୁଥିଲେ । ଏହା ସହ ବିଭିନ୍ନ ସମୟ ରେ ବିଭିନ୍ନ ଉପାୟରେ ପ୍ରତିବାଦ କରିଥିଲେ । ହେଲେ ଏନପିଏସ ଶିକ୍ଷକ ସଙ୍ଘ ସରକାର ଙ୍କ କାର୍ଯ୍ୟ କଳାପ ନୀତି ନିଷ୍ପତି ରେ ସନ୍ତୁଷ୍ଟ ନ ହେବାରୁ ସେପ୍ଟେମ୍ୱର ୮ତାରିଖ ଠାରୁ ସମସ୍ତ ଏନପିଏସ ଶିକ୍ଷକ, ଶିକ୍ଷୟତ୍ରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣ ରେ ବସିଥିବା ଦେଖିବାକୁ ମିଳିଛି।।ଏ ପରିସ୍ଥିତି ରେ ବିଦ୍ୟାର୍ଥୀମାନେ ଏକ ପ୍ରକାର ହରଡ଼ଘଣା ରେ ପେଷି ହେଉଥିବା ଜଣାଯାଇଛି । ଶିକ୍ଷକ ମାନଙ୍କ ତିନି ଦଫା ଦାବି ପୂରଣ ନ ହେବାଯାଏ ବ୍ଲକ ରେ ଶିକ୍ଷା ବ୍ୟବସ୍ଥା ରେ ଏପରି ଅଚଳ ଅବସ୍ଥା ଜାରିରହିବ ବୋଲି ସଙ୍ଘ ଜଣାଇଛନ୍ତି । ବର୍ଷା ସତ୍ବେ ଶିକ୍ଷକ ମାନଙ୍କର ଆନ୍ଦୋଳନ କିପରି ରହିଛି ଜାଣିବା ପାଇଁ ବାଲିଗୁଡା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଙ୍କ ନିକଟରେ ଆମ ପ୍ରତିନିଧି ପହଞ୍ଚି ଦେଖିଥିଲେ ଯେ, ସେମାନେ ବର୍ଷା ଯୋଗୁଁ ଛୋଟିଆ ପାଲ ଟାଣି ଛତା ରେନ କୋଟ ପିନ୍ଧି ବସିଛନ୍ତି ଓ ଗୀତ ନାଚ ମାଧ୍ୟମରେ ସରକାରଙ୍କୁ ଅନୁରୋଧ ଓ ନିବେଦନ କରିଛନ୍ତି। ନାଲି ଆଖିକୁ ଡରିବୁ ନାହିଁ ବୋଲି ଚେତାଇ ଦେଇଛନ୍ତି। ବାଲିଗୁଡ଼ା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବାଲିଗୁଡା ବ୍ଲକରେ କାର୍ଯ୍ୟରତ ୧୩୦ ବିଦ୍ୟାଳୟ ର ୩୫୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଏହି ପ୍ରତିବାଦ ସଭାରେ ରହିଥିବା ଦେଖିବାକୁ ମିଳିଥିଲା। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ରାଜ୍ୟ ଉପସଭାପତି ଆନ୍ଦୋଳନ ରେ ସାମିଲ ହୋଇ ରାଜ୍ୟ ସରକାର ଙ୍କ ନାଲି ଆଖି ଓ ପ୍ରଶ୍ନ ର ଜବାବ ଦେଇଛନ୍ତି। ରାଜ୍ୟ ଉପସଭାପତି ସମେତ ନୂତନ ପେନସନ ଶିକ୍ଷକ ସଂଘ ସଭାପତି ପଦ୍ମ ଚରଣ ତ୍ରିପାଠୀ , ସଂପାଦକ ଚନ୍ଦ୍ର ଭାନୁ ଭୋଇ ସାଂଗଠାନିକ ସଂପାଦକ ଉତ୍କଳ କେଶରୀ ବିଭାର, ନିଖିଳ ଉତ୍କଳ ଶିକ୍ଷକ ସଂଘ ବ୍ଲକ ସଭାପତି ପ୍ରଶାନ୍ତ କୁମାର ବେହେରା, ସମେତ ସତ୍ୟ ନାରାୟଣ ତ୍ରୀପାଠୀ, ସୁରେଶ ଚନ୍ଦ୍ର ଦାସ, ସଚଳା ମିଶ୍ର, ଗାୟତ୍ରୀ ବେହେରା, ସୌଦାମିନୀ ସାହୁ, ସରିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ