ତିନି ଚକ ତିନି ଦିଗରେ ଯିବ: ଫଡ଼ନାବିସ୍‌

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡ଼ନାବିସ୍ ରାଜ୍ୟରେ ଶିବସେନା-ଏନ୍‌ସିପି-କଂଗ୍ରେସ ଗଠନ କରିଥିବା ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି  ସେ କହିଛନ୍ତି  ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି ୩ ଦଳ ପରସ୍ପର ସହ ହାତ ମିଳାଇଛନ୍ତି । ତିନି ଦଳର ଆଦର୍ଶ ଓ ବିଚାରଧାରା ଭିନ୍ନ । ତେଣୁ ଏହି ସରକାର ଗଠନ ହେଲେ ତାହାର ୩ ଚକ ୩ଟି ଦିଗକୁ ଗତି କରିବ । ଯାହା ଫଳରେ ସରକାର ଠିକ୍ ଭାବରେ ଚାଲି ପାରିବେ ନାହିଁ କିମ୍ବା ରାଜ୍ୟବାସୀଙ୍କୁ ସ୍ଥିର ସରକାର ମିଳିବ ନାହିଁ । ଶିବସେନାକୁ ଟାର୍ଗେଟ କରି ସେ କହିଛନ୍ତି ରାଜ୍ୟବାସୀ ବିଜେପିକୁ ସରକାର ଗଠନ କରିବା ଲାଗି ସୁଯୋଗ ଦେଇଥିଲେ । ଲୋକମାନଙ୍କ ଆଶା ଅନୁସାରେ ଆମେ ସରକାର ଗଢ଼ିବାକୁ ଯଥାସମ୍ଭବ ପ୍ରୟାସ କରିଥିଲୁ । ମାତ୍ର ଶିବସେନା ନମ୍ବର ଖେଳ ଖେଳିଲା । କ୍ଷମତା ହାସଲ କରିବା ଲାଗି ମୂଲଚାଲ କଲା । ବିଜେପି ଅଧିକ ଆସନରେ ଲଢ଼ିଥିଲେ ଫଳ କିଛି ଭିନ୍ନ ହୋଇଥାନ୍ତା । କିନ୍ତୁ ଶିବସେନା ସହ ୫୦:୫୦ ଫର୍ମୂଲା କଥା ଆଦୌ ନିର୍ବାଚନ ପୂର୍ବରୁ ଆଲୋଚନା ହୋଇନଥିଲା । ତେଣୁ ଶିବସେନା ଯେଉଁ ଦାବି ଉଠାଇଥିଲା ତାକୁ ମାନିବା ବିଜେପି ପକ୍ଷରେ ସମ୍ଭବ ହୋଇନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ