ତୁମ୍ବେଶ୍ୱର ନଦୀବନ୍ଧ ସୁରକ୍ଷା କମିଟିର ଜରୁରୀ ବୈଠକ ଅନୁଷ୍ଠିତ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତରେ ଗଠିତ ତୁମ୍ବେଶ୍ୱର ନଦୀବନ୍ଧ ସୁରକ୍ଷା କମିଟିର ଜରୁରୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଗଜରାଜପୁର ପଂଚାୟତର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ଏଲ ଆଣ୍ଡ ଟି କଂପାନୀ ଦ୍ୱାରା ଦେବୀନଦୀରେ ନିର୍ମିତ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ନଦୀ ବନ୍ଧ ଦୁଇ ଫାଳ ହୋଇ ଫାଟ ସୃଷ୍ଟି ହେଉଛି । ଯାହାଫଳରେ ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖିଥିଲେ । ନଦୀ ବନ୍ଧକୁ ସୁରକ୍ଷା ଦେବା ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ପୁନର୍ବାର କାର୍ଯ୍ୟ କରାଯିବ ବୋଲି ବୈଠକ କରାଯାଇ ସ୍ଥିର କରାଯାଇଥିଲା । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଟାଳଟୁଳ ନିତି ଯୋଗୁ କାର୍ଯ୍ୟ ବନ୍ଦ ରହିଥିବା ଯୋଗୁ ଆସନ୍ତା ୧୭ ତାରିଖରେ କମିଟି ପକ୍ଷରୁ ପ୍ରତିବାଦ ସଭା କରାଯିବ ବୋଲି ବୈଠକରେ ସ୍ଥିର କରାଗଲା । ଏହି ବୈଠକରେ ନବକିଶୋର ମହାନ୍ତି, ସୁବାସ ସ୍ୱାଇଁ, ବଂଶୀଧର ବେହେରା, ଅଶୋକ ସ୍ୱାଇଁ, ଅଜିତ ପରିଡା, ଶରତ ମଲ୍ଲିକ, ବିଶ୍ୱଜିତ ବାରିକ, ସୌମ୍ୟରଂଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ