ତୁଳସୀ ଚେତନା ପରିଷଦ ପକ୍ଷରୁ ତୁଳସୀ ବିବାହ ଓ କନ୍ଦରାସୁର ବଧ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ତୁଳସୀ ଚେତନା ପରିଷଦର ଏକ ସାଧାରଣ ପରିଷଦ ବୈଠକ ପରିଷଦର କାର୍ଯ୍ୟାକାରୀ ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଗୋପସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଆସନ୍ତା ନଭେମ୍ବର ମାସ ୯ତାରିଖରେ ତୁଳସୀ ବିବାହ ଓ କନ୍ଦରାସୁର ବଧ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ତୁଳସୀ ବିବାହ ଓ କନ୍ଦରାସୁର ବଧ ଉତ୍ସବ ନିମନ୍ତେ କି କି ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଆଉ କେଉଁ କେଉଁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ପରିଷଦର କର୍ମକର୍ତ୍ତା ଓ ସଦସ୍ୟ ଫକିର ଚରଣ ଖଟୁଆ,କୃଷ୍ଣ ଚନ୍ଦ୍ର ନାୟକ,ସୁଧାଂଶୁ ଶେଖର ପଣ୍ଡା,ଶଙ୍କର୍ଷଣ ପଣ୍ଡା,ପାର୍ବତୀ ନାୟକ,ପ୍ରକାଶ ଚନ୍ଦ୍ର ପରିଡା,ସମୀର କୁମାର ଚାନ୍ଦ,ହିମାଂଶୁ ପଣ୍ଡା,ନୃସିଂହ ପତ୍ରୀ,ବାସୁଦେବ ଦାସ,ଦେବେନ୍ଦ୍ର ରାଉତ,ଚକ୍ରଧର ସାହୁ,ହେମନ୍ତ ମଳିକ,ହୃଷିକେଶ ସାହୁ,ସୁବାଷ ପାତ୍ର,ନୃସିଂହ ଚରଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ।ାଲୋଚନାଇଣ କରିଥିଲେ ।


