ତୁଳସୀ ମହିଳା ମହାବିଦ୍ୟାଳୟ ସଂସ୍କୃତ ବିଭାଗର ୱେବିନାର

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) : ତୁଳସୀ ମହିଳା ମହାବିଦ୍ୟାଳୟ ସଂସ୍କୃତ ବିଭାଗର କବୀବର କାଳିଦାସଙ୍କ ଶକୁନ୍ତଳମ ନାଟକରେ ମହର୍ଷୀ କଣ୍ୱଙ୍କର ଶକୁନ୍ତଳାଙ୍କ ପ୍ରତି ଉପଦେଶ ସାଂପ୍ରତିକ ସମାଜରେ ପ୍ରାସଙ୍ଗିକତା ବିଷୟ ଉପରେ ଆଧାରିତ ରାଜ୍ୟସ୍ତରୀୟ ୱେବିନାର(ସଂଗୋଷ୍ଠି ଆଲୋଚନାଚକ୍ର)ଅଧ୍ୟକ୍ଷ ପ୍ରଫେସର ରଞ୍ଜିତରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ଡଃ.ଶୈଳବାଳା ସେନାପତି ଏହି ୱେବିନାରର ରିସୋର୍ସପର୍ସନ ଭାବରେ ଯୋଗଦେଇ କଣ୍ୱମୁନି ନିଜର ପାଳିତାକନ୍ୟା ଶକୁନ୍ତଳାଙ୍କୁ ଶାଶୁଘରକୁ ଭାବୋତ୍ସଳ ବିଦାୟ ଦେଉଥିବା ବେଳେ ଶାଶୁଘରେ ଝିଅର କର୍ତ୍ତବ୍ୟ ସମ୍ପର୍କରେ ମହର୍ଷୀ ପିତା ଭାବରେ ଦେଇଥିବା ମହାର୍ଘ ଉପଦେଶ ସାମ୍ପ୍ରତିକ ନାରୀ ସମାଜ ପାଇଁ ଶିକ୍ଷଣୀୟ ହୋଇପାରିବ ବୋଲି ଆପଣାର ବକ୍ତବ୍ୟରେ ନିଖୁଣ ଭାବରେ ଉପସ୍ଥାପନା କରିଥିଲେ । ବିଭାଗୀୟ ମୁଖ୍ୟ ଡଃ.ପଦ୍ମଜା କବି ଶତପଥୀ ଏହି ୱେବିନାରର ସଂଯୋଜନା କରିଥିଲେ । ଏଥିରେ ୪୫ଜଣ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକାମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୁଶ୍ରୀ କଲ୍ୟାଣୀ ଦାସ ୱେବିନାର ପ୍ରାରମ୍ଭରେ ମଙ୍ଗଳାଚରଣ ପାଠ କରିଥିବା ବେଳେ ଅଧ୍ୟାପିକା ସୈାମ୍ୟକାନ୍ତି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ