ତୋ ଗଳାମାଳ

ଦୟଣା ତୁଳସୀ
ତୋ ଗଳାର ମାଳ
ପାଦ ଯାଏଁ ଲମ୍ବିଥାଏ,
ମୋ ଗଳାର ମାଳ
ସୁନାରେ ତିଆରି
ଛାତିପରେ ଶୋଭାପାଏ ।

ତୋ ମାଳ ବାସଇ
ମହ ମହ ହୋଇ
ସଭିଙ୍କର ମନ ମୋହେ,
ମୋ ଗଳା ମାଳରେ
ବାସନା ନ ଥାଏ
ପିନ୍ଧିଲେ ଭୋକ ନ ଯାଏ ।

ନିତି ନୂଆ ନୂଆ
ମାଳ ତୁ ପିନ୍ଧୁଛୁ
ବାସି ହେଲେ କାଢିଦେଉ,
ଗୋଟିଏ ମାଳରେ
ମୋ ଜୀବନ ବିତେ
ଚୋର ଭୟରେ ଲୁଚାଉ ।

ଶ୍ରୀଅଙ୍ଗ ସୁନ୍ଦର
ତୋ ମାଳ କାଢିଲେ
ମୋ ପାଇଁ ପାଦୁକ ହୁଏ,
ମୋ ମାଳ କାଢିଲେ
ବେକ ଅସୁନ୍ଦର
ମନେ ଦୁଃଖ ଭରିଦିଏ ।

ଏହି ଭଳି କେତେ
ଭାବର ଅଭାବ
ତୋ ମାଳ ମୋ ମାଳ ମଧ୍ୟେ
ତୋ ମାଳକୁ କେହି
ଚୋରି କରେ ନାହିଁ
ମୋର ଚୋରି ହେଲେ ବାଧେ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ