ତ୍ରୁଟିପୂର୍ଣ୍ଣ ବିଚାରକୁ ସୁଧାରିବା ପାଇଁ ଦାବିପତ୍ର ପ୍ରଦାନ କଲା ଓଷ୍ଟା
ଜଗତସିଂହପୁ, (ଅନସୂୟା ରାଉତ) :-ଆଜି ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ସଙ୍ଗଠନ ଓଷ୍ଟା ଜଗତସିଂହପୁର ଶାଖା ତରଫରୁ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ଆଜି ହଜାର ହଜାର ଶିକ୍ଷକ କର୍ମଚାରୀଙ୍କ ଜୀବନ ନଷ୍ଟ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କୁ ସବୁକ୍ଷେତ୍ରରେ ସହଯୋଗ କରୁଥିବା ବ୍ଲକ ଗ୍ରାଣ୍ଟ ଶିକ୍ଷକ କର୍ମଚାରୀଙ୍କ ସମସ୍ୟା ସମାଧାନ ସ୍ୱରୂପ ସପ୍ତମ ବେତନ ଦେବାକୁ ୨୦୨୧ମସିହାଡିସେମ୍ବର ୩୧ତାରିଖରେ ଘୋଷଣା ନାମା ପ୍ରକାଶ କରାଗଲା । ଏହି ଘୋଷଣା ନାମା ୨୦୨୨ମସିହା ଜାନୁଆରୀ ୧୧ତାରିଖରେ ଲେଖା ସ୍ବିକୃତି ପାଇଲା । ସପ୍ତମବେତନର ସମସ୍ତ ସୁବିଧା ସୁଯୋଗ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମହାବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କୁ ପ୍ରଦାନ କରାଯିବ ବୋଲି ପବିତ୍ର ବିଧାନ ସଭାର ପବିତ୍ର କକ୍ଷରେ ତଥା ସଚିବାଳୟରେ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହି ସମୟର ଅଧ୍ୟାପକ ମାନେ ସପ୍ତମ ବେତନ ହାରରେ ପାଞ ମାସ ଦରମା ପାଇଥିଲେ ମଧ୍ୟ ଶିକ୍ଷକ ମାନଙ୍କ ପାଇଁ ଆଜିସୁଧା ଉକ୍ତ ଘୋଷଣା କାର୍ଯ୍ୟ କାରୀ ହୋଇନାହିଁକାହିଁଙ୍କି ଏହି କଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ସଚୀବ ସ୍ଥରରେ ସପ୍ତମ ବେତନ ଦରମାର ସ୍ଲାପ୍ ପ୍ରକାଶ ପାଇଥିଲା। ଯାହାକି ସପ୍ତମ ବେତନର କୌଣସିପ୍ରକାର ସାମଞ୍ଜସ୍ୟ ନଥିଲା । ସରକାରଙ୍କ ତ୍ରୁଟିପୂର୍ଣ୍ଣ ପକ୍ଷପାତ ନୀତିକୁ ବିରୋଧ କରି ଓଷ୍ଟା ପ୍ରତି ଜିଲ୍ଲାରେ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ଆଶୁ ସମାଧାନ କରନ୍ତୁ ନଚେତ ଆଗାମୀ ସମୟରେ ଓଷ୍ଟା ଆନ୍ଦୋଳନ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି ।


