ଥାନାକୁ ବିଶେଷ ଗୁରୁତ୍ୱ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ପୋଲିସ୍ ବ୍ୟବସ୍ଥାର ସଂସ୍କାର ପାଇଁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀଠାରୁ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନାକୁ ବିଶେଷ ଗୁରୁତ୍ୱ ଦେଇଛନ୍ତି । କୌଣସି ବ୍ୟକ୍ତି ଥାନାକୁ କୌଣସି ଅଭିଯୋଗ ନେଇ ଆସିଲେ ତାକୁ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ସହ ଯଥା ଶୀଘ୍ର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ଏହାର ଅଂଶ ବିଶେଷ । ନିଜର ବିଭାଗଠାରୁ ଉଚିତ୍ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ସେ ପ୍ରତିବାଦ ଜଣାଇ ଜୋତା ପଲିସ୍ କରି ଲୋକ ସଚେତନତା ସୃଷ୍ଟି କରୁଛନ୍ତି । ତାଙ୍କ କହିବା ଅନୁସାରେ ପୋଲିସ୍ ବିଭାଗର ୩୬ ବର୍ଷ ଧରି କାମ କରିବା ସହ ବିଶେଷ ଅନୁଭୂତି ହାସଲ କରିଥିବା ବ୍ୟକ୍ତି ଯଦି ନ୍ୟାୟ ନପାଏ, ତାହେଲେ ସାଧାରଣ ଲୋକ କିପରି ନ୍ୟାୟ ନପାଇବ ବୋଲି ସେ କହିଛନ୍ତି । ପୁନର୍ବାର ତାଙ୍କ ମତରେ ପୋଲିସ୍ ବିଭାଗକୁ ଲୋକେ ନିନ୍ଦା ନକରନ୍ତୁ । ଏହି ପରିପ୍ରେକ୍ଷୀରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ବାଲେଶ୍ୱର ଶାଖା ଶ୍ରୀ ବ୍ରହ୍ମା ନେଇଥିବା ପଦକ୍ଷେପକୁ ଦୃଢ ସମର୍ଥନ ଜଣାଇଛି । ଜନସାଧାରଣ ପୋଲିସ୍ ବଭାଗରୁ ନ୍ୟାୟ ନପାଇ ଉକ୍ତ ସଙ୍ଗଠନର ସହାୟତା ଲୋଡିଛନ୍ତି । ତେଣୁ ଶ୍ରୀ ବ୍ରହ୍ମା ନେଇଥିବା ଉଚିତ୍ ପଦକ୍ଷେପକୁ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଓଡିଶା ଭୁବନେଶ୍ୱରଙ୍କୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଦୁର୍ନୀତି ସଂଘର୍ଷ ମଞ୍ଚ ବାଲେଶ୍ୱର ଶାଖା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।