ଦରଦାମ ବୃଦ୍ଧିକୁ ନେଇ ବାମପନ୍ଥୀ ଦଳଙ୍କ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀର ଦର ଦାମ ବୃଦ୍ଧିକୁ ନେଇ ପାରଳାଖେମୁଣ୍ଡି ହାଇସ୍କୁଲ ଛକ ଠାରେ ପ୍ରତିବାଦ ଆନ୍ଦୋଳନ କରାଯାଇଥିବାର ଦେଖିବାକୁ ମିଳିଥିଲା ଏଥିରେ ସିପିଆଇ(ଏମ୍‌), ସିପିଆଇ ଓ ସିପିଆ(ଏମ୍‌ଏଲ୍‌)ର ବହୁ କର୍ମୀ ସାମିଲ ହୋଇ ଅହେତୁକ ଭାବେ ଦରଦାମ ବଢିଥିବା ଯଥା ପ୍ରେଟ୍ରୋଲ, ଡିଜେଲ ଆଦି ସମେତ ଖାଇବା ତେଲ, ରନ୍ଧନ ଗ୍ୟାସ, ଡାଲି, ପନିପରିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର କମାଇବା ତଥା ଟିକସ କମାଇବାକୁ ନେଇ ବିଭିନ୍ନ ସ୍ଲୋଗାନମାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାର ଦେଖିବାକୁ ମିଳିଛି । ତୁରନ୍ତ ପେଟ୍ରୋଲ, ଡିଜେଲ ଦର ସହ ବୃଦ୍ଧି ପାଇଥିବା ବିଭିନ୍ନ ଦରଦାମ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମ ବାମପନ୍ଥୀ ନେତା ଜେନା ସୁବାଷଚନ୍ଦ୍ର ରାଓଙ୍କ ନେତୃତ୍ୱରେ ହୋଇଥିବା ବେଳେ ଏଥିରେ ବାମପନ୍ଥୀ ଦଳ ଗୁଡିକର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ