୧୯ଲିଟର ଦେଶୀମଦ ଜବତ : ଜଣେ ମହିଳା ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସଦର ଅବକାରୀ ବିଭାଗ ତରଫରୁ ପେଟ୍ରୋଲିଂ ସମୟରେ ଖଞ୍ଜାମାଦିକା ସାହି ଠାରେ ଚଢଉ କରି ୧୯ଲିଟର ଦେଶୀ ମଦକୁ ଜବତ କରିଥିବାର ଜଣାପଡିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇ ମାମଲା ରୁଜୁ କରିଥିବାର ସଦର ଅବକାରୀ ଥାନା ସୂତ୍ରରୁ ପ୍ରକାଶ ।


