ଦରମା ନପାଇ କର୍ଣ୍ଣଟକରୁ ଫେରିଲେ ଶ୍ରମିକ , ଠିକାଦାରଙ୍କ ସମେତ ୩ ଜଣଙ୍କ ନାମରେ ଏତଲା

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ / ଶେଷଦେବ ସାହୁ) : ଗଂଜାମ ଜିଲ୍ଲାରେ ଦିନକୁ ଦିନ ଦାଦନ ଦୁଃଖ ବଢିବାରେ ଲାଗିଛି । ତେବେ ହୁଏତ ଏହି ଜିଲ୍ଲାର ଜଣ ପରେ ଜଣେ ଶ୍ରମିକଙ୍କମୃତ୍ୟୁ ହୋଇଛି ତ ଆଉ କେତେବେଳେ ଦୁବାଇରେ ନିୀର୍ଯ୍ୟାତନାର ଖବର ଗଣମାଧ୍ୟମର ଶିରୋନାମା ପାଲଟୁଛି । ଏବେ ପୁଣି ଥରେ ଏକ ଘଟଣା ସାମ୍ନାକୁ ଆସିଛି । ଗତ ୩ମାସ ତଳେ କର୍ଣ୍ଣାଟକ ଯାଇଥିବା ଗଂଜାମର ୪୨ ଜଣ ଶ୍ରମିକ ଦରମା ନପାଇ ଠିକାଦାରଙ୍କ ଦ୍ୱାରା ନିର୍ଯ୍ୟାତିତା ହେବା ପରେ ବହୁ କଷ୍ଟରେ ଘରକୁ ଫେରିଛନ୍ତି । ଘରକୁ ଫେରିବା ପରେ ଫେରି ଆସିଥିବା ଗଂଜାମ ଜିଲ୍ଲାର ସମସ୍ତ ଶ୍ରମିକ ଏକତ୍ରିତ ହୋଇ ଠିକାଦାରଙ୍‌ତକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିବେଦନ କରିଥିଲେ । ସୂଚନା ମୁତାବକ ହିଂଜିଳି ଥାନା ଆଡ଼ପଡ଼ା ଫାଣ୍ଡି ଅଂଚଳର ଜୈନିକ ଠିକାଦାର ଓ ୩ ସହଯୋଗୀ ମିଶି ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ୪୨ ଜଣ ଶ୍ରମିକଙ୍କୁ କର୍ଣ୍ଣାଟକ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ରେଲ ସ୍ଳିପର (ରେଳ ଧାରଣା ତଳେ ପଡ଼ୁଥିବା ଖୁଂଟ) ତିଆରି କାର୍ଯ୍ୟରେ ନିୟୋଜିତ ଥିଲେ । ଶ୍ରମିକ ମାନଙ୍କୁ ୩ଓଳି ଖାଇବା ସହ ମାସକୁ ୧୩ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଠିକାଦାର କହିଥିବା ଶ୍ରମିକ ମାନେ ଅଭିଯୋଗରେ ଦର୍ଶାଇଛନ୍ତି । ସେଠାରେ ୩ଓଳି ପରିବର୍ତେ ୨ଓଳି ଖାଇବାକୁ ଦିଆଯିବା ସହ ୩ମାସ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ଦରମା ଦିଆଯାଇନଥିବା କହିଛନ୍ତି । ବହୁ କଷ୍ଟରେ ଗ୍ରାମକୁ ଫେରିବା ପରେ ହିଂଜିଳି ଥାନା ଆଡ଼ପଡ଼ା ଫାଣ୍ଡି ପେଣ୍ଡୁରାଲୁଣ୍ଡି ଗ୍ରାମର କାଳିଆ ଭୋଳ ଠିକାଦାରଙ୍କ ସମେତ ୩ଜଣ ସହଯୋଗୀଙ୍କ ନାମରେ ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ହିଂଜିଳି ଥାନା ନଂ- ୩୭୨/୧୯ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ