ଦଳପତି ଜାତିକୁ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ନିମନ୍ତେ ସତ୍ୟପାଠ ଦାଖଲ

ବ୍ରହ୍ମପୁର,(ୱାଇଏନଏସ): ବୁଧବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥିଭବନ ଠାରେ , ଜାତୀୟ ପଛୁଆ ବର୍ଗ କମିଶନଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପ୍ରମୋଦ ଜେନାଙ୍କ ନେତୃତ୍ୱରେ ସାତ ଜଣିଆ ପ୍ରତନିଧି ଦଳ ଦଳପତି (ଦଳୁଆ ) ଜାତିକୁ ପଛୁଆ ଜାତି/ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ସତ୍ୟପାଠ ଦାଖଲ କରିଥିବା ଜଣାଯାଇଛି, ଜାତୀୟ ପଛୁଆ ବର୍ଗ ଅଧକ୍ଷ୍ୟ ଶ୍ରୀ ହଂସରାଜ ଗଙ୍ଗାରାମ ଅହୀର, ସଚିବ ଶ୍ରୀମତି ରାଜୀବଲୋଚନ, ସଦସ୍ୟ ଶ୍ରୀ ଭବନ ଭୂଷଣ କମଲ ଓ ରାଜ୍ୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିକାଶ ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ବିଭାଗ, ନିର୍ଦେଶକଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ଉପସ୍ଥିତ ରହି ଶତାଧିକ ଆଗ୍ରହୀ ବିଭିନ୍ନ ଜାତି ବର୍ଗଙ୍କଠାରୁ ପଛୁଆବର୍ଗରେ ଅନ୍ତର୍ଭୁକ୍ତିକରଣ/ବାଦଦେବା ନିମନ୍ତେ ସେମାନଙ୍କ ସାମାଜିକ ଏବଂ ଶିକ୍ଷାଗତ ଅବସ୍ଥା ସମ୍ପର୍କରେ 24 ଗୋଟି ପ୍ରାସଙ୍ଗିକ ପ୍ରଶ୍ନାବଳୀର ସଠିକ ଉତ୍ତର ସତ୍ୟପାଠ ଜରିଆରେ ଉପସ୍ଥାପନ କରିବାକୁ ଆହ୍ୱାନ କରିଥିଲେ l ଦଳପତି ମହାସଭାର ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ ପାତ୍ର ଓ କାର୍ଯ୍ଯକାରିଣୀ ସଦସ୍ଯ ଡଃ ଶଂକର ମାଝୀଙ୍କ ସମେତ କେତେକ ସଦସ୍ଯଙ୍କ ସହାୟତାରେ ବିଭିନ୍ନ ତଥ୍ଯ ସଂଗ୍ରହ କରି ପ୍ରମୁଖ ପ୍ରଶ୍ନାବଳୀର ଉତ୍ତର ପ୍ରଦାନ କରିଥିବା ଯୋଗୁଁ ତାହା ଜନଶୁଣାଣି କାର୍ଯ୍ୟକ୍ରମରେ କମିଶନରଙ୍କ ସକାରାତ୍ମକ ମନୋଭାବ ପୋଷଣକରିଥିବା ଲକ୍ଷ୍ୟ କରାଯାଇଛି l ଦୀର୍ଘ ଦିନର ଦାବୀ ଫଳବତୀ ହେବାନେଇ ଦଳପତି ଜାତି ସଦସ୍ୟଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିବା ଉଲ୍ଲେଖ କରାଯାଇଛି l ଦଳପତି (ଦଳୁଆ)ଜାତି କେନ୍ଦ୍ରୀୟ କମିଟିର ସଭାପତି ଶ୍ରୀ ପ୍ରମୋଦ କୁମାର ଜେନା, କାର୍ଯ୍ୟକାରୀ ସଭାପତି ଶିବ ଶଙ୍କର ସାହାଣୀ, ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ପାତ୍ର, ଉପସଭାପତି ସୁଶ୍ରୀ ଆରତୀ ଦେବୀ, ସମ୍ପାଦକ ପବିତ୍ର କୁମାର ନାୟକ, ଭୁବନେଶ୍ୱର ଶାଖା ସଭାପତି ସୁରେଶ ଚନ୍ଦ୍ର ନାୟକ, ଲୋକନାଥ ସାମଲ ଓ ସଞ୍ଜୟ ରାଉତ ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ