ଦଶହରା ପୂଜା ପୂର୍ବରୁ ରାସ୍ତା ମରାମତି ତୁରନ୍ତ କର

ବ୍ରହ୍ମପୁର, (ଅନିଲ କୁମାର):ଆଗକୁ ଦଶହରା ପୂଜା ଆସୁଛି, ବ୍ରହ୍ମପୁର ସହର ସମେତ ଜିଲ୍ଲାବାସୀ ଓ ଦକ୍ଷିଣ ଓଡ଼ିଆର ପ୍ରମୁଖ ସହର ଭାବର ବ୍ୟବସାୟ ଓ ପୂଜା ଦେଖିବାପାଇଁ ଲକ୍ଷଲକ୍ଷ ଲୋକଙ୍କ ଭିଡ଼ ହେବ ସହରରେ କିନ୍ତୁ ସହରର ରାସ୍ତା ଗୁଡିକର ଅବସ୍ଥା ନକହିଲେ ଭଲ l ସହରର ପ୍ରମୁଖ ରାସ୍ତା ଗୁଡିକ ମଧ୍ୟ ଚାଲିବା ଉପଯୋଗୀ ନୁହେଁ l ଜାନବିଲ ପାଣି ଯୋଗାଇବା ନାଁ ରେ ଖୋଳା ଯାଇଥିବା ସାହିସାହିର ରାସ୍ତା ଗୁଡିକ ଏବେ ମଧ୍ୟ ମୁକୁଳା ହୋଇ ପଡିଛି l ପ୍ରେମ ନଗର ରାସ୍ତା ତିଆରି ପାଇଁ ଶାସକ ଦଳ ମିଠା ବାଣ୍ଟିଲେ କିନ୍ତୁ କାମ ଆରମ୍ଭ ହେଲା ନାହିଁ l ସହର ର ପ୍ରମୁଖ ଛକ ମାନଙ୍କରେ ଟ୍ରାଫିକ ସମସ୍ୟା ସହ କୁଡକୁଡ ମଇଳା l ସାମାନ୍ୟ ବର୍ଷା ହେଲେ ସହର ରେ କୁତ୍ରିମ ବନ୍ୟା ସୃଷ୍ଟି ହୁଏ l ଏହି ପରିପ୍ରେକ୍ଷୀରେ ଆଗାମୀ ପୂଜାପର୍ବ ଆଗରୁ ପୌର ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡାକି ତୁରନ୍ତ ଯୁଦ୍ଧ କାଳୀନ ଭିତରେ ସହରର ମୁଖ୍ୟରାସ୍ତା ଗୁଡିକୁ ମରାମତି କରିବାକୁ ଆଇନଜୀବି ତଥା ପିସିସି ସଭ୍ୟ ପୀତବାସ ପଣ୍ଡା ଏକ ପ୍ରେସ ବିବୃତିରେ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ