ଦାଦାବଟିକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ଗୁଳି ମାଡ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଦାଦାବଟିକୁ କେନ୍ଦ୍ର କରି ଛତ୍ରପୁର ଥାନା ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ ସିଙ୍ଗପୁର ଗ୍ରାମର ଜଣେ ଡାଲି ଚାଉଳ ( କିରାଣୀ) ବ୍ୟବସାୟୀ ସୁଶାନ୍ତ କୁମାର ପାତ୍ରଙ୍କ ଉପରେ ଗୁଳି ମାଡ ହୋଇଛି । ବ୍ୟବସାୟୀ ସୁଶାନ୍ତଙ୍କ ଉପରକୁ ଗୁଳି ମାଡ କରିଥିବା ସେହି ଗ୍ରାମର ଜଣେ ଯୁବକ ବୋଲି ବ୍ୟବସାୟୀଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଯୁବକ ଜଣକ ପ୍ରଥମେ ଗ୍ରାମରେ ଥିବା ଡାଲି ଚାଉଳ (କିରାଣୀ) ଦୋକାନକୁ ଆସି ଦାଦାବଟି ମାଗିଥିବା ବେଳେ ସୁଶାନ୍ତ ଏବଂ ଉକ୍ତ ଯୁବକ ମଧ୍ୟରେ ବଚସା ହୋଇଥିଲା । କିଛି ସମୟ ପରେ ସୁଶାନ୍ତ ମାର୍କେଟିଂ କରି ଗ୍ରାମକୁ ଫେରିଥିବା ବେଳେ ପୁଣି ଉକ୍ତ ଯୁବକ ସୁଶାନ୍ତଙ୍କ ଦୋକାନ ନିକଟକୁ ପହଞ୍ଚିଥିଲା ସେଠାରେ ଯାଇ ପାଟିତୁଣ୍ଡ କରିଥିଲା । ଉଭୟଙ୍କ ମଧ୍ୟରେ ରଞ୍ଜହଂସ ଚାଲିଥିବା ବେଳେ ଯୁବକ ଜଣ ଗୋଟିଏ ବନ୍ଧୁକ ବାହାର କରି ସୁଶାନ୍ତଙ୍କ ପିଠିକୁ ଗୁଳି କରିଥିଲା । ଘଟଣା ସ୍ଥଳେ ସୁଶାନ୍ତ ଅଚେତ ହୋଇ ପଡିଥିଲେ । ତାଙ୍କୁ ସଂଗେ ସଂଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଭର୍ତି କରାଯାଇଥିଲା । ସଙ୍କଟାପନ୍ନ ଥିବା ନେଇ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ସୂଚନା ପାଇ ଛତ୍ରପୁର ଥାନା ପୁଲିସ ସିଙ୍ଗିପୁର ଗ୍ରାମରେ ପହଞ୍ଚିଥିଲେ । ଗ୍ରାମରୁ ଯୁବକ ଜଣକ ଫେରାର ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ