ଦାଦାବଟି ମାଗି ଯୁବକ ଗଲା ଜେଲ୍

ପୁରୀ(ବ୍ୟୁରୋ): ଦାଦାବଟି ମାଗିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲକୁ ପଠାଇ ଦିଆଯାଇଛି । ସ ହେଲା ଜ୍ଞାନେନ୍ଦ୍ର ମାଣିଆ (ଜୁଲୁ), ଘର ଲୋକନାଥ ରୋଡ । ପୁଲିସର ସୂଚନାନୁଯାୟୀ, ହରଚଣ୍ଡି ସାହିର ସତୀଶ କୁମାର ପ୍ରଧାନ ତାଙ୍କର ନୂତନ ଘର ନିର୍ମାଣ କରୁଥିବାବେଳେ ସେଠାରେ ଜୁଲୁ ପହଞ୍ଚି ଗାଳିଗୁଲଜ କରିବା ସହିତ ଏଠାରେ କାର୍ଯ୍ୟ କଲେ ୫୦ ହଜାର ଟଙ୍କା ଦାଦାବଟି ଦେବା ପାଇଁ କହିଥିଲା । କିନ୍ତୁ ଘର ମାଲିକ ସତିଶ୍ ମନାକରିବାରୁ ଜୁଲୁ ହତ୍ୟା ଧମକ ଦେଇଥିଲା । ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ