“ଦାରୁକ୍ଷେତ୍ରରେ ଦେବ ସ୍ନାନ ପୂର୍ଣ୍ଣିମା”
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ସ୍ଥାନ ଦଧିମାଛ ଗାଡ଼ିଆ ନିକଟ ଶ୍ରୀ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ସମିତି ପକ୍ଷରୁ ସ୍ନାନ ପୂର୍ଣ୍ଣିମା ଅନୁୂଷ୍ଠିତ ହୋଇଯାଇଛି । ଶ୍ରୀଜିଉଙ୍କୁ ମନ୍ଦିରରୁ ପହଣ୍ଡି କରି ଆଣିବା ପରେ ସ୍ନାନ ମଣ୍ଡପରେ ସୁବାଷିତ ୧୦୮ କଳରେ ସ୍ନାନ କରାଯାଇଥିଲା । ଏହା ପରେ ହାତି ବେଶ କରାଯାଇ ପୂଜାର୍ଚନା କରାଯାଇଥିଲା । ପରେ ପ୍ରସାଦ ବଂଟନ କରାଯାଇଥିଲା । ଏହାକୁ ଦେଖିବାକୁ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା । ମନ୍ଦିର ସମିତିର ସଦସ୍ୟମାନେ ଏହାକୁ ପରିଚାଳଣା କରିଥିଲେ । ପୁଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା ।


