ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ  ଅନୁଷ୍ଠିତ ୪୫ ମାମଲାର ଫୈସଲା 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର କୋର୍ଟ ପରିସରରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।କମିଟି ଅଧ୍ଯକ୍ଷା ତଥା ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ ଏହାକୁ ପରିଚାଳନା କରିଥିଲେ।ଏଥିରେ ୪୨ ଗୋଟି ଫୌଜଦାରୀ, ୩ ଗୋଟି ଦେଓ୍ବାନି ମାମଲାର ଫୈସଲା କରାଯିବା ସହ ପୋଡାମାରି ୟୁନିଅନ ବ୍ଯାଙ୍କ ପକ୍ଷରୁ ୧୨ ଗୋଟି ଋଣ ମାମଲାର ଫୈସଲା କରାଯାଇ ୬,୩୬୦୦୦ ଟଙ୍କା ଆଦାୟ କରାଯାଇଥିଲା।ବିଚାର ବିଭାଗୀୟ କର୍ମଚାରୀ ଅଞ୍ଜଳି ମହାରଣା, ସଶ୍ମିତା ମହାରଣା, ସତ୍ଯନାରାୟଣ ପାଢ଼ୀ, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ବିନୀ କୁମାର ପଟ୍ଟନାୟକ, ପି. ପୂର୍ଣ୍ଣଚନ୍ଦ୍ର ପାତ୍ର, କାଳିଆ ନାୟକ, ବିକ୍ରମ ପ୍ରଧାନ ପ୍ରମୁଖ ଲୋକ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ