ଦିଗପହଣ୍ଡି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିଗପହଣ୍ଡି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଥାନା ଆଇ ଆଇ ସି ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମହୁଡା , ବନ୍ଥପଲ୍ଲୀ ଓ ଅନନ୍ତେଇ ଗ୍ରାମରେ ଫ୍ଲାଗମାର୍ଚ୍ଚ କରିଥିଲେ। ଦିଗପହଣ୍ଡି ଥାନା ଅଞ୍ଚଳରେ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ହୋଇପାରିବ । ଅପରାଧିକ କାର୍ଯ୍ୟଠାରୁ ଲୋକେ କିପରି ସୁରକ୍ଷା ପାଇ ପାରିବେ । ନିରପେକ୍ଷ ନିର୍ବାଚନ ପାଇଁ ପୋଲିସକୁ ସହଯୋଗ କରିବା ଏବଂ ଭୟଭୀତ ନ ହେବା ଲକ୍ଷ୍ୟରେ ଦିଗପହଣ୍ଡି ପୋଲିସ ଗ୍ରାମକୁ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ସେହିପରି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ମାନଙ୍କରେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ନେଇ ଥାନା ଅଧିକାରୀ କହିଛନ୍ତି । ଏଥିସହ ଦିନକୁ ଦିନ ଦେଶୀ ମଦର ବିକ୍ରି । ଯାନବାହନ ଗୁଡିକର ଦ୍ରୁତ ଚଲାଣ ଉପରେ ପୋଲିସର ନଜର ରହିବ ବୋଲି ସେ କହିଛନ୍ତି । ଏସ୍ ଆଇ ସୋଫିଆ ମିଶ୍ର , ଦୁଷ୍ମନ୍ତ କୁମାର ପ୍ରଧାନ , ଜ୍ୟୋତି ରଞ୍ଜନ ବେହେରା , ଏ ଏସ୍ ଆଇ ନିଗମ ପ୍ରଧାନ , ଅଜୟ ନାୟକ , ମନୋଜ ସିଂ , ଝୁନୁ ମାଝୀ , ନରସିଂହ ପାଣି ଙ୍କ ସମେତ ବିଏସଏଫ ଓ ପୋଲିସ କର୍ମଚାରୀ ଫ୍ଲାଗ ମାର୍ଚ୍ଚ ରେ ସାମିଲ ଥିଲେ।


