ଦିବଙ୍ଗତ ସ୍ୱରଙ୍କ ବିୟୋଗରେ ଶୋକ ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ତରଫରୁ ଦୋଳବନ୍ଧ ସାହି ପରିସରରେ ସ୍ୱର ସମ୍ରାଜ୍ଞୀ ଭାରତ ରତ୍ନ ବିଭୂଷିତା ଦିବଙ୍ଗତ ଲତାମଙ୍ଗେସ୍କରଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଆକାଂକ୍ଷା ମହିଳା ସଂଗଠନର କର୍ମକର୍ତ୍ତା ମାନେ ଲତା ମଙ୍ଗେସ୍କରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ, ଧୂପଦୀବ ପ୍ରଦାନ କରି ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ । ୨୫ ହଜାରରୁ ଉର୍ଦ୍ଧ ଏବଂ ୩୦ରୁ ଉର୍ଦ୍ଧ ଭାଷାରେ ମଧୁର ସଙ୍ଗୀତ ଗାନ କରି ଗିନିସ ବୁକ୍ ଅଫ ୱରଡ ରେକର୍ଡରେ ସ୍ତାନ ପାଇବା ସହ ଦାଦା ସାହେବ ଫାଲ୍କେ ଆଦି ସମ୍ମାନ ଜନକ ଆୱାର୍ଡ ପାଇଥିବା ସେହି ମହାନ ଗାୟିକାଙ୍କ ମଧୁର ସଙ୍ଗୀତ ଯାତ୍ରାର ସ୍ମୃତିଚାରଣ କରିବା ସହ ତାଙ୍କର ଦେଶାତ୍ମକ ବୋଧ ଗୀତ “ଏମେରେ ୱାତନ କେ ଲୋଗ” ଗୀତ ଦ୍ୱାର।। ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଉକ୍ତ ସଭାରେ “ଆକାଂକ୍ଷା”ର ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ମୀନା କୁମାରୀ ଟହଲ, ଉପଦେଷ୍ଟା, ଡ. କଲ୍ୟାଣୀ ମିଶ୍ର ସ୍ୱର୍ଣ୍ଣ ପ୍ରଭା ପାଠୀଙ୍କ ସହ ସୁପ୍ରଭା ସାହୁ, ପ୍ରଗତି ଦାସ, ପି. ପୁଷ୍ପଲତା, ଏସ୍. ସାହୁ, ସରୀତା ପାଣିଗ୍ରାହୀ ପ୍ରମୁଖଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତଥିଲେ ।


