ଦିବ୍ୟାଙ୍ଗ ଉତମ କଲେ ସ୍ୱେଛାକୃତ ରକ୍ତଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମ ଦିବସ ଅବସରରେ ବୁଧବାର ହିଂଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିବା ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ହିଂଜିଳିକାଟୁ ବ୍ଳକ ଓ ପୌରାଂଚଳରେ ବହୁ ରକ୍ତ ଦାତା ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ଆୟୋଜିତ ଶିବିରରେ ସର୍ବମୋଟ ୩୨୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଗଣ୍ଡଳା ଗ୍ରାମର ଦିବ୍ୟାଙ୍ଗ ଯୁବକ ଉତମ ସେଠି ମଧ୍ୟ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ରକ୍ତ ଅଭାବରୁ କେହି ବି ଯେମିତି ମୃତ୍ୟୁ ବରଣ ନକରେ ସେଥିଲାଗି ସେ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ କରିବା ପାଇଁ ପର୍ବତାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗଣ୍ଡଳା ସରଂପଚ ଗୌରୀ ସାହୁ, ସୁଧାଂଶୁ ଶେଖର ସାହୁ. ରାଜେଶ କୁମାର ସାହୁ, ଦଣ୍ଡପାଣି ଆଚାରୀ, ବି. ହରିଙ୍କ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ