ଦିଲ୍ଲୀପ୍ କୁମାରଙ୍କୁ ଅନ୍ତର୍ଜାତୀୟ ପୁରସ୍କାର

ମୁମ୍ବାଇ : ବଲିଉଡର ‘ଟ୍ରାଜେଡି କିଙ୍ଗ୍’ ଭାବେ ଜଣାଶୁଣା ଅଭିନେତା ଦିଲ୍ଲୀପ୍ କୁମାରଙ୍କୁ ଅନ୍ତର୍ଜାତୀୟ ସମ୍ମାନ ମିଳିଛି। ତାଙ୍କ ଭାଇ ଅସଲମ୍ ଖାନ୍ ଏହି ସମ୍ମାନକୁ ଗ୍ରହଣ କରିଥିଲେ। ଏହି ଅବସରରେ ଦିଲ୍ଲୀପ୍ କୁମାରଙ୍କ ପତ୍ନୀ ତଥା ବିଗତ ଦିନର ଅଭିନେତ୍ରୀ ସାୟରା ବାନୋ ମଧ୍ୟ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀପଙ୍କୁ ଶେଷ ଥର ପାଇଁ ୧୯୯୮ରେ ଫିଲ୍ମ ‘କିଲା’ରେ ଦେଖିବାକୁ ମିଳିଥିଲା। ତାଙ୍କୁ୧୯୯୪ରେ ଦାଦାସାହେବ୍ ଫାଲକେ’ ଓ ୨୦୧୫ରେ ‘ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୫୦ବର୍ଷର ଅଭିନୟ କ୍ୟାରିୟରରେ ଦିଲ୍ଲୀପ୍ କୁମାର ‘ମୁଗଲ୍-ଏ-ଆଜମ୍’, ‘ନୟାଦୌର୍’, କ୍ରାନ୍ତି, ‘ଦେବଦାସ’ ଓ ‘କର୍ମା’ ପରି ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିଛନ୍ତି। ତାଙ୍କ ପ୍ରକୃତ ନାମ ହେଉଛି ମହମ୍ମଦ ୟୁସୁଫ ଖାନ୍।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ