ଦୁଃଖଦ ସମୟର ବନ୍ଧୁ ବିଧାୟକ ଶ୍ରୀକାନ୍ତ ସାହୁ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ନିଜ ଅଞ୍ଚଳରେ ଲୋକମାନେ ଶ୍ରଦ୍ଧାରେ ଡାକନ୍ତି ବାବୁଲା ଭାଇ। ତୃଣମୂଳ ସ୍ତରରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଯୋଗୁଁ ସର୍ବଦା ଜନସମ୍ପର୍କ ଓ ଜନସେବାରେ ବ୍ରତୀ ରହିବାକୁ ଭଲ ପାଆନ୍ତି। କେବଳ ସେତିକି ନୁହଁ, ନିଜ ନିର୍ବାଚନ ମଣ୍ଡଳୀର ଯେକୌଣସି ବ୍ୟକ୍ତିଙ୍କ ଦୁଃଖ ସମୟରେ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥାନ୍ତି। ସେଥିପାଇଁ ଲୋକମାନେ କହୁଛନ୍ତି ଦୁଃଖଦ ସମୟର ବନ୍ଧୁ ବାବୁଲା ଭାଇ। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାଦପଡ଼ା ଗ୍ରାମର ପପୁ ସ୍ବାଇଁ ( ୩୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ବେଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଜୁଲାଇ ୩୧ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ବୁଗୁଡ଼ା ବ୍ଲକର ଦଶିପୁର ଗ୍ରାମର ଉମା ଚରଣ ସ୍ୱାଇଁ ( ୩୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ବେଳେ ବିଧାୟକ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଜୁଲାଇ ୩୧ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାପରେ ସୁନାକେରା ଗ୍ରାମକୁ ଯାଇ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ବୁଗୁଡ଼ା ଏନ୍.ଏ.ସି. ଶକ୍ତି ନଗରର ଏ.ରାଜା ରାଓ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଅଗଷ୍ଟ ୧ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅଗଷ୍ଟ ୧ ତାରିଖ ଦିନ ପୁଣି ପୋଲସରା ଏନ୍.ଏ.ସି.ର ୱାର୍ଡ଼ ନଂ-୧୨ ମାଳିସାହିର ଏସ୍. ବିଜୟ କୁମାର୍ ପାତ୍ର ଆକସ୍ମିକ ମୃତ୍ୟୁ ବରଣ କରିଥିବା ବେଳେ ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ବିଧାୟକଙ୍କ ସହ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ନରେନ୍ଦ୍ର ଦେବା, ବୁଗୁଡା ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରାଙ୍କ ସମେତ ବହୁ ବ୍ୟକ୍ତି ଯାଇଥିବା ଦେଖାଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ