ଦୁଇ ଚେନ ଲୁଟେରା ଙ୍କୁ ଧରି ଗ୍ରାମବାସୀ ଛେଚିଲେ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା – ପିପିଲି ମୁଖ୍ୟରାସ୍ତା ର ରଟିଲୋ ଛକ ଠାରେ ଗ୍ରାମବାସୀ ମାନଙ୍କ ହାବୁଡ଼ ରେ ପଡ଼ି ଦୁଇଜଣ ଚେନ ଲୁଟେରା ଖୁବ୍ ଛେଚା ଖାଇବା ସହିତ ଜେଲ ଯାଇଛନ୍ତି। ଘଟଣା ରୁ ପ୍ରକାଶ ଯେ,ଶୁକ୍ରବାର ଅପରାହ୍ନରେ ପିପିଲି ଥାନା ଜଗନ୍ନାଥପୁର ଡିହସାହି ଗ୍ରାମ ର ରୋଜି ବରାଳ ତାଙ୍କ ବାପା ଙ୍କ ସହିତ ଏକ ସ୍କୁଟି ରେ ନିମାପଡ଼ା ଆସୁଥିବା ବେଳେ ଭୁଆଁ ଛକ ଠାରେ ପଛପଟୁ ବାଇକ୍ ରେ ଦୁଇ ଜଣ ଲୁଟେରା ଦ୍ରୁତ ଗତିରେ ଆସି ରୋଜି ଙ୍କ ବେକରୁ ଏକ ସୁନା ଚେନ ଛିଣ୍ଡାଇ ନେଇ ନିମାପଡ଼ା ଆଡ଼କୁ ପଳାଇଥିଲେ। ରୋଜି ଙ୍କ ବାପା ଏ ସଂପର୍କ ରେ ତୁରନ୍ତ ରଟିଲୋ ଛକ ରେ ଥିବା ତାଙ୍କ ର କିଛି ସଂପର୍କୀୟଙ୍କୁ ଫୋନ କରି ଜଣାଇଥିଲେ। ରଟିଲୋ ଛକ ଠାରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଲୁଟେରା ଙ୍କ ମୋଟର ସାଇକେଲ କୁ ଅଟକାଇ ତାଙ୍କ ଠାରୁ ଲୁଟ ହୋଇଥିବା ଚେନ ଜବତ କରିବା ସହିତ ସେମାନଙ୍କୁ ନିର୍ଦ୍ଧୁମ ଛେଚିଥିଲେ।ଖବର ପାଇ ନିମାପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଦ୍ବୟ ଙ୍କୁ ଗିରଫ କରି ନିମାପଡ଼ା କୋର୍ଟ କୁ ଚାଲାଣ କରିଥିଲେ। ଯୁବକ ଦ୍ବୟ ଙ୍କ ଜାମିନଆବେଦନ କୋର୍ଟ ରେ ଖାରଜ ହୋଇଯିବାରୁ ତାଙ୍କୁ ଜେଲ ଯିବାକୁ ପଡିଛି। ଏହି ଲୁଟେରା ମାନେ ହେଲେ ନିଆଳି ଥାନା ଅନ୍ତର୍ଗତ ଜଲାରପୁର ଗ୍ରାମ ର ବିଶ୍ବରଂଜନ ସ୍ଵାଇଁ ଓ ଭୁବନେଶ୍ୱର କନ୍ଦରପୁର ଗ୍ରାମ ର ଯମରାଜ ରାଉତ। ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ