ଦୁଇ ଦୁଇଥର ସରକାରୀ ଜମିକୁ ୧୪୪ ଧାରା , ବୁଡ଼ି ଅଞ୍ଚଳକୁ ଦିଆଯାଇଥିବା ଜମି ଚିହ୍ନଟ କରିପାରୁନାହାନ୍ତି ପ୍ରଶାସନ
ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଝିଲିକି ଓ ଗୁଡ଼ୁରିପଦର ସରକାରୀ ଜମିକୁ ନେଇ ଲାଗି ରହିଛି ଦୀର୍ଘଦିନ ଧରି ବିବାଦ। ୧୪/O୬/୨୦୨୦ ରୁ ୫ ଦିନ ଧରି ଖଣ୍ଡା, କାତି, ଠେଙ୍ଗା ଧରି ମୁହଁମୁହିଁ ହୋଇ ଆସୁଥିଲେ ଦୁଇ ଗୋଷ୍ଠୀ। ଯାହା ଫଳରେ ଅଡବା ଥାନାରେ ୧୯ / O୬ରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିର୍ତ୍ତିକରି ଅଡବା ଥାନା ପକ୍ଷରୁ ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ।ସେହି ଦିନ ସଂନ୍ଧ୍ୟାରେ ଗ୍ରାମ ମୁଖିଆଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ କରାଯିବ ବୋଲି କହି ଏ ବିଷୟରେ ଅବଗତ କରାଇଥିଲେ । ଏହି ଘଟଣାକୁ ନେଇ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ବିଧାୟକ, ବ୍ଲକ ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଉଭୟ ଗ୍ରାମବାସୀଙ୍କୁ ଡକାଇ ବ୍ଲକ୍ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଝିଲିକି ଗ୍ରାମବାସୀ ବହୁ ବର୍ଷ ଧରି ଖାତା ନଂ-୧୨୧ରେ ଚାଷବାସ କରି ଆସୁଥିଲେ।ଗୁଡ୍ରିପଦର ଗ୍ରାମବାସୀ କିଛି ବର୍ଷ ହେଲା ଜୋର ଜବରଦଖଲ କରି ଝିଲିକି ଲୋକ ଚାଷ କରିବାପରେ ଗୁଡ୍ରିପଦର ଲୋକେ ମକା ଲଗାଇଥିଲେ। ଏହାର ସମାଧାନ ପାଇଁ ଗୁଡ୍ରିପଦର ଲୋକଙ୍କୁ ଚାଷ ସମୟରେ ଖର୍ଚ ହୋଇଥିବା ୧ ଲକ୍ଷ ୨୦ହଜାର ଟଙ୍କା ଝିଲିକି ବାସୀ ମାଗିଥିଲେ। ପ୍ରଶାସନର ଉପସ୍ଥିତିରେ ଚୁକ୍ତି ନାମା ହୋଇ କିଛି ଦିନପରେ ମକା ବିକ୍ରିକରି ଟଙ୍କା ଦେଇଥିଲେ। ଖାତା ନଂ-୧୨୧ରେ ୧୧ଟି ପ୍ଳଟ ସରକାରି ଜମି ନଂ-୪୭,୪୮,୪୯,୫୩,୫୪,୫୫, ୫୬,୫୭,୫୮,୬୯,୬୦ କୁ ପୂର୍ବତନ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଜିଲ୍ଲା ପ୍ରଶାସନର ଚିଠି ଅନୁଯାୟୀ ପୁଲିସ ପ୍ରଶାସନର ଉପସ୍ଥିତିରେ ରଙ୍ଗ ବାନା ପୋତିଥିଲେ । ପୁଣି ଏହି ଜମିକୁ ଟ୍ରାକ୍ଟର ଓ ହଳ ଲଗାଇ ଗୁଣ୍ଡି ପଦର ଗ୍ରାମବାସୀ ଚାଷ କରିବାରୁ ଝିଲିକି ଗ୍ରାମବାସୀ ମଧ୍ୟରେ ଉତ୍ତେଜନା ସୃଷ୍ଠି ହୋଇଥିଲା। ଯାହାକୁ ନେଇ ଥାନାରେ ଅଭିଯୋଗ ହେବାପରେ ଜିଲ୍ଲାପାଳଙ୍କ ଚିଠି ଅନୁସାରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଆଶିଷ୍ କୁମାର ପ୍ରଧାନ ଉପସ୍ଥିତିରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ପୁଲିସ କର୍ମଚାରୀ ଓ ରାଜସ୍ଵ ନିରୀକ୍ଷକ ଥବିର ପଣ୍ଡା ଉପସ୍ଥିତ ରହି ଚେନଯୋଗେ ମାପ କରି ରଙ୍ଗ ବାନା ପୋତିଥିଲେ। ପୋତିବା ସମୟରେ ଦେଗଣ୍ଡା ଗ୍ରାମବାସୀ କିଛି ସମୟ ପାଇଁ ଉତେଜନା ସୃଷ୍ଟି କରିଥିଲେ।ଅନ୍ୟପଟେ ଗୁଡ୍ରି ପଦର ଗ୍ରାମବାସୀ ଅତିରିକ୍ତ ତହସିଲଦାରଙ୍କୁ ନିଜର ଦାବୀ ମୁତାବକ ଦିଆଯାଇଥିବା ସରକାରୀ ଜମିପଟ୍ଟା ବର୍ତ୍ତମାନ ସୁଦ୍ଧା କାହିକି ଚିହ୍ନଟ କରାଯାଉନାହିଁ। ଯାହାରି ଫଳରେ ଆମ୍ଭେ ଚାଷବାସ କରିପାରୁନାହିଁ କି ପିଲାଙ୍କୁ ପାଠ ପଢାଇ ପାରୁନାହୁଁ। ଗ୍ରାମରେ ସଭା କରି ସମସ୍ୟାର ସମାଧାନ କରାଯିବା ସହ ଜମି ଚିହ୍ନଟ କରାଯିବ।


