ଦୁଇ ପଞ୍ଚାୟତରେ ବିଜେଡିର ନିର୍ବାଚନୀ ପ୍ରଚାର ଜୋରଦାର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଗୋପ ବ୍ଲକ ଅନ୍ତର୍ଗତ ସୁତନ , ତରୋକର ଗ୍ରାମ ପଞ୍ଚାୟତରେ ସୋମବାର ପୂର୍ବାହ୍ନରେ ବିଜେଡିର ନିର୍ବାଚନୀ ପ୍ରଚାର ଜୋରଦାର କରାଯାଇଛି। କାକଟପୁରୁ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କ ଶତାଧିକ କର୍ମୀ ଓ ସମର୍ଥକ ମାନଙ୍କୁ ନେଇ ବାଇକ୍ ଶୋଭାଯାତ୍ରା କରି ଭୋଟ ଭୀକ୍ଷା କରିଥିଲେ। ବିଜେଡ଼ି ସରକାରଙ୍କ ଜନ ହିତକାରୀ ଯୋଜନା ଓ ଜିତିଲେ ମାଗଣା ବିଦ୍ୟୁତ୍ ଦିଆଯିବା ବିଷୟରେ ଘରେ ଘରେ ପହଞ୍ଚାଇ ଲୋକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ପୁରୀ ଜିଲ୍ଲା ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜୁ ଜନତା ଦଳ ର କର୍ମୀ ମାନେ ବାଇକ୍ ରାଲୀ ଗାଁ ଗାଁ ବୁଲି ଶଙ୍ଖ ଚିହ୍ନ ରେ ଭୋଟ ଦେବା ପାଇଁ ପ୍ରଚାର ଜୋରଦାର ହୋଇଥିବା ଦେଖିବାକୁ ମିଳିଛି। ୧୪ ନଂ ଜୋନ ର ଜ୍ୟୋତିରଞ୍ଜନ ନାୟକ ତରୋକର ସରପଞ୍ଚ ସୁଶାନ୍ତ କୁମାର ପରିଡ଼ା , ଦୃଯ୍ୟଧନ ଛାଟୋଇ , ସଭାପତି ଜୟନ୍ତ କୁମାର ନାୟକ, ସମିତି ସଭ୍ୟ ଗାୟତ୍ରୀ ମାହାରୀ , ପ୍ରତିକ୍ ଦଲେଇ, ସୁତନ ପଞ୍ଚାୟତ ସଭାପତି ଭଗବାନ ବିଶ୍ବାଳ, ସରପଞ୍ଚ ରମାକାନ୍ତ ବେହେରା, କାଶୀନାଥ ନାୟକ ଓ ବାବୁଲି ବେହେରା ଙ୍କ ସମେତ ଶତାଧିକ କର୍ମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ।


