ଚାଲିଛି ପ୍ରଧାନମନ୍ତ୍ରୀ ଙ୍କୁ ମିଳିଥିବା ଉପହାର ଇ ନିଲାମି
ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦୀ ଙ୍କୁ ମିଳିଥିବା ବିଭିନ୍ନ ଉପହାର ଏବେ ଅନଲାଇନ ମାଧ୍ୟମରେ ନିଲାମ ଚାଲିଛି । ଏହି ନାଲାମରେ ବହୁ ମୂଲ୍ୟବାନ ଉପହାର ସାମିଲ ହୋଇଛି ।ମିଳିଥିବା ସୂଚନା ଅନୁସାରେ ରୂପାର ଏକ କଳସ ଓ ମୋଦୀଙ୍କ ଫଟୋ ଥିବା ଏକ ଷ୍ଟାଣ୍ଡ ଏକ-ଏକ କୋଟି ଟଙ୍କାରେ ବିକ୍ରି ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସ୍ମୁତିଚିହ୍ନର ନିଲାମୀ ପାଇଁ ପ୍ରସ୍ତୁତ ହୋଇଥିବା ୱେବସାଇଟରେ ଏହି ସୂଚନା ଦିଆଯାଇଛି । ସଂସ୍କୃତି ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ଉପହାରଗୁଡ଼ିକର ଇ-ନିଲାମୀ ଆୟୋଜନ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରିଛନ୍ତି ଯେ, ଇ-ନିଲାମୀରୁ ମିଳିବାକୁ ଥିବା ସମସ୍ତ ରାଶି ‘ନମାମୀ ଗଙ୍ଗେ’ ପ୍ରକଳ୍ପରେ ବିନିଯୋଗ ହେବ । ଫଟୋ ଷ୍ଟାଣ୍ଡରେ ଗୁଜୁରାଟିରେ ଏକ ବାର୍ତ୍ତା ଉଲ୍ଲେଖ ରହିଛି । ଏହି ଫଟୋ ଷ୍ଟାଣ୍ଡ ମୂଲ୍ୟ ୫୦୦ ଟଙ୍କା ଥିଲା ଏବଂ ମନ୍ତ୍ରାଳୟ ତରଫରୁ ୱେବସାଇଲରେ ୧ କୋଟି ୧୦୦ ଟଙ୍କାରେ ବିକ୍ରି କରାଯାଇଛି । ୱେବସାଇଟ ଅନୁସାରେ ‘କଳସ’ର ଆଧାର ମୂଲ୍ୟ ୧୮ ହଜାର ଟଙ୍କା ଥିଲା ଏବଂ ଏହାକୁ ୧ ଲକ୍ଷ ୩୦୦ ଟଙ୍କାରେ ବିକ୍ରି କରାଯାଇଛି । ଏହି ୨ଟି ଜିନିଷର ନିଲାମୀ ସୋମବାର ଶେଷ ହୋଇଛି ।


