ଦୁଇ ଯୁବକଙ୍କୁ ବନ୍ଧୁକ ମୁନରେ ଟେକିନେଇ ମରଣାନ୍ତଙ୍କ ଆକ୍ରମଣ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଦୁଇଜଣ ଯୁବକଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଉଠାଇ ନେବା ପରେ ସେମ।।ନଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇ ମରଣାନ୍ତଙ୍କ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପିଡିତ ଯୁବକ ସଦର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମରଖଗେଶ୍ୱର ସାହୁଙ୍କ ପୁଅ ଅଜିତ କୁମାର ସାହୁ ନାମକ ୨୧ବର୍ଷର ଯୁବକ ତାଙ୍କ ସାଙ୍ଗ ନରେନ୍ଦ୍ର ବାରିକଙ୍କ ସହ ଗ୍ରାମରୁ ଏକ ଜରୁରୀ କାର୍ଯ୍ୟରେ ତିନିମୁହାଣୀ ଆସୁଥିବା ବେଳେ ଗୁଲନଗର ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଆଇସକ୍ରିମ ପାର୍ଲର ନିକଟରେ ଗରାପୁର ଅଞ୍ଚଳର ଆଜାରୁଦ୍ଧିନ ଖାଁ ଓ ସୁଜାନଗର ଅଞ୍ଚଳର ମଞ୍ଜୁର ଅଲ୍ଲୀ ନାମକ ଦୁଇ ଯୁବକ ଅଜିତ ଓ ନରେନ୍ଦ୍ରଙ୍କୁ ଅଟକାଇଥିଲେ । ଏହାପରେ ଉଭୟ ଅଜିତ ଓ ନରେନ୍ଦ୍ରଙ୍କ ମୁଣ୍ଡରେ ଦୁର୍ବୁତ୍ତତ୍ତଦ୍ୱୟ ବନ୍ଧୁକ ଲଗାଇ ସେମାନଙ୍କୁ ତିନିମୁହାଣୀର ବିସ୍କୁଟ ଫାକ୍ଟ୍ରୀ ନିକଟ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଉଭୟ ଅଜିତ ଓ ନରେନ୍ଦ୍ରଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାକୁ ଭୟଭୀତ କରିବା ସହ ମରଣାନ୍ତଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଜିତ ତଳେ ପଡିଯିବା ପରେ ଯୁବକଦ୍ୱୟ ତାଙ୍କ ବେକ ଉପରେ ଚଢି ଯାଇ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏଥିସହ ଅଜିତଙ୍କ ନିକଟରେ ଥିବା ନଗଦ୨ ହଜାର ଟଙ୍କା ଛଡାଇ ନେଇଥିଲେ । ଏଥିସହ ଦୁର୍ବୁତ୍ତମାନେ ଯିବା ବେଳେ କହିଥିଲେ ଆମେ ବହୁଥର ଜେଲ ଗଲୁଣି । ଆମକୁ ଡର ନାହିଁ । ଏହିଭଳି ଭାବେ ଧମକ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି । ଘଟଣାସମ୍ପର୍କରେ ସଦର ଥାନା ଅଧିକାରୀ ପବିତ୍ର ମହାରଣାଙ୍କୁ ପଚାରିବାରୁ ସେ କହିଥିଲେ ଅଭିଯୋଗ ହୋଇଛି । ତଦନ୍ତ ଚାଲିଛି । କିନ୍ତୁ କୌଣସି ମାମଲା ରୁଜୁ ହୋଇନାହିଁ ।