ସାଧାରଣ ସମ୍ପାଦକଙ୍କ ବିୟୋଗ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶିଷ୍ଟ ଶ୍ରମିକନେତା ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାଥ ତ୍ରିପାଠୀ ଙ୍କର ୬ ତାରିଖ ସକାଳେ ପରଲୋକ ହୋଇଯାଇଛି । ତାଙ୍କର ପରଲୋକରେ ସମଗ୍ର ଶ୍ରମିକ ସମାଜ ମହଲରେ ଶୋକର ଛାୟା ଖେଳିଯାଇଛି । ୧୯୪୪ ମସିହାରେ ଜନ୍ମଲାଭ କରିଥିବା ସ୍ୱର୍ଗତ ତ୍ରିପାଠୀ ଛାତ୍ର ଜୀବନରୁ ସମାଜବାଦୀ ଆନ୍ଦୋଳନରେ ଜଡ଼ିତ ରହି ପରବର୍ତ୍ତୀ ସମୟରେ ଶ୍ରମିକ ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରି ଚାଲିଥିଲେ । ନିଜର ନିଃସ୍ୱାର୍ଥପରତା, କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟପଣ ଯୋଗୁ ବିଭିନ୍ନ ସମୟରେ ଓଡ଼ିଶା ନିର୍ମାଣ କଲ୍ୟାଣ ବୋର୍ଡ, ଓଡ଼ିଶା ବିହନ ନିଗମ, ଓଡ଼ିଶା ନିର୍ମାଣ ମଜଦୁର ସଭା ପ୍ରତିଷ୍ଠତା, ଓଡ଼ିଶା ବିଡ଼ି ଶ୍ରମିକ, ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ, ଢେଙ୍କାନାଳ ମେହେନ୍ତର ଓ ପୌର ପରିଷଦ କର୍ମଚାରୀ ସଂଘର ସଭାପତି ଭଳି ବହୁ ପଦବୀରେ ରହି ଶ୍ରକିମାନଙ୍କ ହିତରେ କାର୍ଯ୍ୟ କରିଚାଲିଥିଲେ । ରାଜନୀତି କ୍ଷେତ୍ରରେ ମଧ୍ୟ ପୂର୍ବତନ ଜନତା ଦଳ ଓ ବର୍ତ୍ତମାନର ବିଜୁ ଜନତା ଦଳରେ ରାଜ୍ୟଶାଖାର ଉଚ୍ଚପଦବୀରେ ରହି ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିଚାଲିଥିଲେ । ତାଙ୍କର ବିୟୋଗରେ ଏଚ୍‌.ଏମ୍‌.ଏସ୍ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଅନ୍ୟତମ କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ମହିଳା ସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତି, ସଂଯୁକ୍ତା ମହଲ, ଯୁବ ସଭାପତି ବିଜୟ ପତି, ହିନ୍ଦ୍ ମଜଦୁର ସଭାର ମେଡ଼ିଆ ସେଲ୍‌ର ରାଜ୍ୟ ସଂଯୋଜକ ମନୋଜ ବାରିକ ପ୍ରମୁଖ ଶୋକପ୍ରକାଶ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ