ସଂସାର ଭାଙ୍ଗନ୍ତୁ ନାହିଁ, ତିକ୍ତ ସମ୍ପର୍କକୁ ମଧୁର କରନ୍ତୁ

ବ୍ୟସ୍ତବହୁଳ ଜୀବନରେ ମନୋରଞ୍ଚନ ପାଇଁ କିଛି ସମୟ ବାହାର କରିବା କାଠିକର ପାଠ ହୋଇଯାଉଛି । ସବୁବେଳେ କାମ ଆଉ କାମ । ଚାକିରି ହେଉ କି ବ୍ୟବସାୟ ସବୁଠି ଜଞ୍ଜାଳମୟ ଜୀବନ, ଭଲରେ ଟିକେ କାହା ସହ କଥା ହେବାକୁ ସମୟ ନାହିଁ । ଯଦି ଆପଣ ସମୟ ବାହାର କରିପାରୁଛନ୍ତି, ତେବେ ଆଜିର ଦୁନିଆରେ ଆପଣ ନିଶ୍ଚିତ ସବୁଠାରୁ ସୁଖୀ ବ୍ୟକ୍ତି ବିବେଚିତ ହେବେ । ଯଦି ପରିବାରକୁ ସମୟ ଦେଇପାରୁନାହାନ୍ତି ତବେ ସମସ୍ୟାରେ ସମ୍ମୁଖୀନ ନିଶ୍ଚିତ ହେଉଥିବେ । ଅଯଥା ଅଶାନ୍ତି ସଂସାର ନଷ୍ଟର କାରଣ ମଧ୍ୟ ପାଲଟିବ । ଏପରି ସ୍ଥିତିରେ କେମିତି ଜୀବନ ବିତାଇବେ ତା’କୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ । ହେଲେ ଏପରି ଦ୍ୱନ୍ଦ୍ୱ ମନରୁ ବାହାର କରିଦିଅନ୍ତୁ । କାରଣ ନିଜକୁ ସୁଖୀରେ ରଖିବାକୁ ଓ ଜୀବନସାଥୀଙ୍କ ସହ ସମ୍ପର୍କ ସୁଧାରିବାକୁ ବହୁତ ସହଜ ଉପାୟ ରହିଛି । ଆସନ୍ତୁ ଜାଣିବା ଏ ସମ୍ପର୍କରେ ।

ବ୍ରେକ ନିଅନ୍ତୁୂ:ବିବାହର କିଛି ବର୍ଷ ପରେ ଦାମ୍ପତ୍ୟ ଜୀବନରେ ମଧୁରତା କମିଯାଇଥାଏ ବୋଲି ବହୁତ ଲୋକ ଭାବିଥାନ୍ତି । ହେଲେ ବାସ୍ତବରେ ଏହା ସତ ନୁହେଁ । ଏହା ଏପରି ଏକ ସମ୍ପର୍କ ଯେଉଁଥିରେ କେବେ ଭଟ୍ଟା ପଡିନଥାଏ । ହୋଇପାରେ କିଛି ସମୟ ପାଇଁ ଦୁହିଁଙ୍କ ସମ୍ପର୍କରେ କିଛିଟା ତିକ୍ତତା ଆସିପାରେ । ହେଲେ ଏହାକୁ ଏଡ଼ାଇଯାଇ, ସଂସାରର ଗାଡ଼ି ଆଗକୁ ଗଡ଼ାଇବାକୁ ହୋଇଥାଏ । ଯଦି ଭାବିଛନ୍ତି ତେବେ ଆପଣଙ୍କ ଜୀବନସାଥୀଙ୍କ ସହ କିଛିଟା ମତଭେଦ ରହୁଛି ଓ କେହି କାହାକୁ ବୁଝିବାକୁ ଚେଷ୍ଟା କରୁନାହାନ୍ତି ତେବେ ସମ୍ପର୍କର କିଛି ସମୟ ପାଇଁ ବ୍ରେକ ଦିଅନ୍ତୁ । କିଛି ଦିନ ପାଇଁ ଜୀବନସାଥୀଙ୍କଠାରୁ ଅଲଗା ରୁହନ୍ତୁ । ଉଭୟ ଅନୁଭବ କରିବେ ପରସ୍ପରର ଆବଶ୍ୟକତା । ଦୂରରେ ରହିଲେ ହିଁ ନିଜ ଲୋକର ଆବଶ୍ୟକତା କେତେ ହୋଇଥାଏ ଜଣାପଡ଼େ । ଏହା ପୁଣି ଆପଣଙ୍କ ଜୀବନ ଗାଡ଼ିକୁ ଟ୍ରାକକୁ ନେଇ ଆସିବ ।
ସ୍ପଷ୍ଟ ମତ ରଖନ୍ତୁ: କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହ ମତାନ୍ତର ହେବା ସ୍ୱାଭାବିକ । କାରଣ ଦୁଇଟି ମଣିଷ ଯେତେବେଳେ ମତ ବି ଦୁଇ ପ୍ରକାର ହେବା ସ୍ୱାଭାବିକ । ସବୁବେଳେ ଦୁହିଁଙ୍କ ମତ ସମାନ ରହିବ, ଏହାର କିଛି ମାନେ ନଥାଏ । ଯଦି କୌଣସି କଥାକୁ ନେଇ ସାଥୀଙ୍କ ସହ ମତାନ୍ତର ହେଉଛି ତେବେ ନିଜ ମତ ସ୍ପଷ୍ଟ କରନ୍ତୁ । ଖୋଲାଖୋଲି ଭାବେ ନିଜର ଭାବନା ସାଥୀଙ୍କ ସହ ଆଗରେ ପ୍ରକାଶ କରନ୍ତୁ ଓ ବିବାଦର ଅନ୍ତ ସେହି ସମୟରେ ହିଁ କରନ୍ତୁ । ନିଜ ଭାବନାକୁ ମନରେ ଚାପି ରଖିବା ଦ୍ୱାରା ଏହା କେବଳ ଆପଣଙ୍କୁ କ୍ଷତି ପହଞ୍ଚାଇବ ନାହିଁ, ଆପଣଙ୍କ ଦାମ୍ପତ୍ୟ ଜୀବନକୁ ଛାରଖାର ମଧ୍ୟ କରିଦେବ । ତେଣୁ ସବୁବେଳେ ମତ ସ୍ପଷ୍ଟ କରନ୍ତୁ ।
ବିଶ୍ୱାସ ରଖନ୍ତୁ: କିଛି ଲୋକଙ୍କ ଭାବନା ଥାଏ ବିବାଦୀୟ ସ୍ଥିତିରେ ରହିବା ଅପେକ୍ଷା ଏକୁଟିଆ ରହିବା ଭଲ । ହେଲେ ଏହା ଠିକ୍ ନୁହେଁ । ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ବିବାଦୀୟ ସ୍ଥିତି ଅଛି ତ ଏହାକୁ ଦୂର କରାଯାଇପାରିବ ନାହିଁ ବୋଲି ଭାବିବା ଠିକ୍ ନୁହେଁ । ନିଜ ଉପରେ ବିଶ୍ୱାସ ରଖନ୍ତୁ ଓ ଏପରି ସ୍ଥିତିର ମୁକାବିଲା କରନ୍ତୁ । କଥାରେ ଅଛି ‘ବିଶ୍ୱାସରେ ଭଗବାନ’ ଅର୍ଥାତ ଆପଣଙ୍କ ଦୃଢ଼ ବିଶ୍ୱାସ ଆପଣଙ୍କୁ ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଶକ୍ତି ଦେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ