ଦୁବାଇରେ ଫସି ରହିଥିବା ଓଡିଆଙ୍କ ଉଦ୍ଧାର ଲାଗି ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,(ଯୁଗାଦ୍ଦ ନ୍ୟୁଜ) ଦୁବାଇରେ ଫସି ରହିଥିବା ୧୦ ଓଡିଆ ଯୁବକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ଗୁରୁବାର ପତ୍ର ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଆ ଯୁବକଙ୍କ ଉଦ୍ଧାର ଲାଗି ବ୍ୟକ୍ତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଡା.ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ରିପୋର୍ଟ ଅନୁଯାୟୀ ୧୦ ଜଣ ଓଡିଆ ଯୁବକ ଦୁବାଇର ଏସିଆ ପାସିଫିକ୍ ବିଲଡିଂ କଂଟ୍ରାଂଟି ଏଲଏଲସିରେ କାମ କରୁଥିବା ବେଳେ ସେମାନଙ୍କୁ ସାଜ୍ଜା ଠାରେ ରହିବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ବର୍ତମାନ ସେମାନଙ୍କୁ ଶାରଜାହ ଠାରେ ବନ୍ଦୀ ଭାବରେ ରଖାଯାଇଥିବା ତଦନ୍ତରୁ ଜଣାପଡିଛି । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତିଯେ, ଦୁବାଇରେ ବନ୍ଦୀ ରହିଥିବା ଓଡିଆ ଯୁବକମାନେ ଏକ ମାସ ପୂର୍ବରୁ ତକ୍ରାଳ ସାହାଯ୍ୟ ଓ ଉଦ୍ଧାର ପାଇଁ ଏକ ଭିଡିଓ ଜାରି କରି ଏ ସମ୍ପର୍କରେ ଅବଗତ କରିଥିଲେ । ବନ୍ଦୀ ରହିଥିବା ଯୁବକମାନେ ଓଡିଶାର ନୟାଗଡ ଓ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ବନ୍ଦୀ ରହିଥିବା ଯୁବକଙ୍କ ମଧ୍ୟରୁ ଶ୍ରୀ ପ୍ରତାପ ମହାରଣାଙ୍କ ଟେଲିଫୋନ ନମ୍ବର, ପାସପୋର୍ଟ କପି ଏବଂ ଉକ୍ତ କମ୍ପାନୀର ଆବଶ୍ୟକ ପ୍ରମାଣ ଥିବାବେଳେ ଏ ସମ୍ବନ୍ଧୀୟ ସୂଚନା ପାଇ ନୟାଗଡ ଜିଲ୍ଲା ଶ୍ରମିକ ଅଧିକାରୀ ବନ୍ଦୀ ରହିଥିବା କିଛି
ଲୋକଙ୍କ ଘରକୁ ଯାଇଥିଲେ । ମାତ୍ର ଏହା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଶ୍ରୀ ପ୍ରଧାନ
ପତ୍ରରେ ଉଲ୍ଲେଖ କରିଛନ୍ତି ।ତେଣୁ ଏ ନେଇ ସମ୍ବେଦନଶୀଳ ଘଟଣାରେ ବ୍ୟକ୍ତିଗତ ଭାବେ ଏହାର ତଦନ୍ତ କରି ଓଡିଆ ଯୁବକଙ୍କ ଉଦ୍ଧାର ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ.ଶୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ
କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ