ଦୁର୍ନୀତି ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ଜଗଦୀଶ ପାଣିଗ୍ରାହୀଙ୍କ ନାମରେ ବିଭିନ୍ନ ଦୁର୍ନିତୀ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତିକରି ଆଜି କେ.ସୀତାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲାସ୍ତରୀୟ ସରକାରୀ ଅଧିକାରୀମାନଙ୍କୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଏହି ଅଧିକାରୀମାନଙ୍କ ଆଗରେ ପଞ୍ଚାୟତର କିଛି ଶିକ୍ଷିତ ଯୁବକ ଏବଂ ବରିଷ୍ଠ ବ୍ୟକ୍ତିମାନେ ଶ୍ରୀ ପାଣିଗ୍ରାହୀଙ୍କୁ ନିଲମ୍ବିତ କରାଯାଉ ବୋଲି ଦାବୀ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ଯେଉଁ ଗୃହ ବଣ୍ଟନ କରାଯାଇଥିଲା ସେଥିରେ ଏହି ନିର୍ବାହୀ ଅଧିକାରୀ ଜଣକ ଦୁର୍ନିତୀ କରି ଆତ୍ମସାତ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ସେହିପରି ଠିକ ସମୟରେ ଗ୍ରାମସଭା, ପଲ୍ଲୀସଭା, ଚାଉଳ ବଣ୍ଟନ ଇତ୍ୟାଦି ନକରିବାକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ସେହିପରି ବିଭିନ୍ନ ଅସାମାଜିକ ଲୋକମାନଙ୍କ ସହ ତାଙ୍କର ସମ୍ପର୍କ ରହିଥିବା ମଧ୍ୟ କୁହାଯାଇଥିଲା । ଅଞ୍ଚଳର ନିରୀହ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ପ୍ରକାଶ କରିଥିଲେ । ଏ ସମସ୍ତ ତଥ୍ୟକୁ ଆଧାରକରି ଜିଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ମହାପାତ୍ର, ଗ୍ରାମ୍ୟ ଉନ୍ନୟ ସଂସ୍ଥାର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ୍ଦ୍ରନାଥ କର, ପ୍ରକାଶ ଘଡେଇ (ମାନବ ସମ୍ବଳ) ସହକାରୀଯନ୍ତ୍ରୀ କଦଣ୍ଡ ପାଣିଗ୍ରାହୀ ପ୍ରମୁଖ ତଦନ୍ତକରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ