ଦୂର୍ଘଟଣାରେ ବାପ ପୁଅ ଗୁରୁତ୍ତର,କଟକ ସ୍ଥାନାନ୍ତରିତ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରପଡା ଜିଲ୍ଲା ଆଳି ବଜାରରେ ସଡକ ଦୂର୍ଘଟଣାରେ ବାପା ଓ ପୁଅ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଆହାତ ମାନଙ୍କ ପରିଚୟ ଚାନ୍ଦବାଲିର ସୁକାନ୍ତ ବଳ (୪୭) ଓ ୪ ବର୍ଷର ପୁଅ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତିକରାଯାଇଥିଲା । ସେଠାରେ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବାପା ଓ ପୁଅ ମିଶି ଏକ ମୋଟର ସାଇକେଲରେ ଚାନ୍ଦବାଲିରୁ ଆସୁଥିବା ସମୟରେ ଆଳି ନିକଟରେ ଦୂର୍ଘଟଣାର ଶୀକାର ହୋଇଥିଲେ ।


