ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫୦ ଛୁଇଁଲା

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ସହିତ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଦେଶରେ କୋଭିଡ-୧୯ରେ ମୃତକଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୦ରେ ପହଞ୍ଚିଛି । ତେବେ ୧୭୧ ଜଣ ଏହି ମହାମାରୀରୁ ସୁସ୍ଥ ହୋଇ ପାରିଛନ୍ତି ।
ଦେଶରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି । ଏଠାରେ ୩୩୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୪୨ ଜଣ ଠିକ୍‌ ହୋଇଛନ୍ତି । ଦେଶରେ ଅନ୍ୟ ୨୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ କରୋନା ପ୍ରଭାବ ଦେଖିବାକୁ ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କେରଳ ଦ୍ବିତୀୟ ସ୍ଥାନରେ ରହିଛି । କେରଳରେ ୨୬୫ଟି ମାମଲା ରହିଥିବାବେଳେ ଏଠାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ୨୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶର ଅନ୍ୟାନ୍ୟ ଅଞ୍ଚଳ ଯେପରିକି ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଏହା ଏପ୍ରିଲ୍‌ ୧୪ ତାରିଖ ଯାଏଁ ଜାରି ରହିବ । ରାଜ୍ୟ ସରକାରମାନେ ମଧ୍ୟ ଏହି ମହମାରୀ ସହ ଦୃଢତାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି କରି କାମ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ