ଦେଶରେ କରୋନା ‌ସ୍ଥିତି ଭୟ‌ଙ୍କର: ଶବ ପୋଡ଼ିବାକୁ ଶ୍ମଶାନରେ ମିଳୁନି ସ୍ଥାନ

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍‌): ତୀବ୍ର ଗତିରେ ଶକ୍ତି ଗୋଟାଉଛି କରୋନାର ଦ୍ୱିତୀୟ ଲହର । ପ୍ରଥମ ଲହରଠୁ ଆହୁରି ଭୟାନକ ରୂପ ଧାରଣ କରି ବ୍ୟାପିବାରେ ଲାଗିଛି ସଂକ୍ରମଣ । ମହାରାଷ୍ଟ୍ରରେ ତ ସଂକ୍ରମଣ ବିସ୍ପୋରକ ରୂପ ନେଉଥିବାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡ଼ାଉନ୍ ଭଳିକା ‌ ପଦକ୍ଷେପ ନିଆଯାଇଛି । ଏହାସହିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ଦିଲ୍ଲୀରେ ବି ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ତେଣେ ଛତିଶଗଡରେ କରୋନାରେ ମୃତ୍ୟୁ ସଂଖ୍ୟା ବଢିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ଶ୍ମଶାନଗୁଡ଼ିକରେ, ଯେଉଁଠି ଯୁଇ ଜମା ଲିଭୁନାହିଁ । ହୃଦୟ ବିଦାରକ ଛାତି ଫାଟିଲା ଭଳି, ମନକୁ ବିଚଳିତ କରିବା ଭଳି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ ଦୁର୍ଗର ଏକ ଶ୍ମଶାନର । ଏକା ସାଙ୍ଗରେ ଦାହ ହେଉଛି ବହୁ ସଂଖ୍ୟାରେ ମୃତଦେହ । ଗତ କିଛି ଦିନ ହେବ ଲିଭୁନି ଏହି ମୁକ୍ତିଧାମର ଜୁଇ । ପ୍ରତିଦିନ ଏଠାରେ ଦାହ ହେଉଛି 6୦ରୁ 7୦ ମୃତଦେହ । କେବଳ ଏତିକି ନୁହେଁ ବରଂ ଛତିଶଗଡ଼ର ଅନେକ ସ୍ଥାନରେ ଟ୍ରକରେ ମୃତଦେହଗୁଡିକୁ ଶ୍ମଶାନକୁ ଅଣାଯାଉଛି । କେବଳ ଦୁର୍ଗ ନୁହେଁ ଛତିଶଗଡ଼ର ବିଭିନ୍ନ ଶ୍ମଶାନର ସ୍ଥିତି ଏମିତି ହେଲାଣି । ରାଜ୍ୟରେ ଦିନକୁ ଦିନ କରୋନାର ବଢୁଥିବା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଉ ଏଥିଯୋଗୁଁ ବିଭିନ୍ନ ଶ୍ମଶାନରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ