ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ

ଭୁବନେଶ୍ୱର,(‌ୱାଇଏନ୍‌ଏସ୍‌): ସିମୁଳିଆ ରେଳ ଷ୍ଟେସନ ନିକଟରେ ଗୁରୁବାର ସକାଳେ ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ ଲାଗିଥିବା ନଜରକୁ ଆସିଥିଲା। ସୂଚନାନୁସାରେ, କୋଚ୍ ନଂ ଡି-୬ ନିକଟରେ ଥିବା ଏକ ଡଷ୍ଟବିନରୁ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଟ୍ରେନ୍ କର୍ମଚାରୀଙ୍କୁ ଜଣାଇବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ କର୍ମଚାରୀ। ତେବେ କେହି ବେପରୁଆ ଭାବେ ଡଷ୍ଟବିନରେ ସିଗାରେଟ୍ ଫିଙ୍ଗି ଦିଆଯାଇଥିବା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ