ଦେଶୀ ମଦ ଜବତ, ୩ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଦର୍ଶ ଥାନା ପକ୍ଷରୁ ପେଟ୍ରୋଲିଂ ସମୟରେ ଚୋରା ଦେଶୀମଦ ଚାଲାଣ ବେଳେ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି । ଗୁରାଣ୍ଡିରୁ ପାରଳାଖେମୁଣ୍ଡି ଦିଗକୁ ଆସୁଥିବା ଅଟୋ ନଂ ଏପି୩୦ ଟିବି ୧୨୭୨ ଗାଡିକୁ ପୋଲିସ ପକ୍ଷରୁ ସନ୍ଦେହରେ ଅଟକାଯାଇ ତଦନ୍ତ କରାଯାଇଥିଲା । ସେହି ଅଟୋରୁ ୧୬୫ ଲିଟର ଚୋରା ଦେଶୀମଦ ଜବତ ହୋଇଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରକାଶ କରିଛନ୍ତି । ଏହି ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୩ଜଣ ହେଲେ ଅଟୋ ଚାଳକ ଏସ୍.କୁମାର (୨୫), ସୁଶାନ୍ତ ଗୌଡ ଓ ଏନ୍.କ୍ରିଷ୍ଣା । ଏ ସମ୍ପର୍କରେ ୫୧/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏ.ଏସ୍.ଆଇ. ଜଗଦୀଶ ପଣ୍ଡା ସୂଚନା ଦେଇଛନ୍ତି ।