ଦୋକାନ ଖୋଲିବାକୁ ନେଇ ଝଗଡା
କୋଦଳା,(ବାପୁନି କୁମାର ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ବେଗୁନିଆପଡା ବଣିକ ସଂଘ ର ନିୟମ ଅନୁଯାଇ ପ୍ରତ୍ୟେକ ମାସର ୨ ତାରିଖ ଦିନ ଦୋକାନ ବଜାର ବନ୍ଦ ରହିଥାଏ ।ଗତ 2 ତାରିଖ ଦିନ କିନ୍ତୁ ସୁବଳ ମହାନ୍ତି ନାମଙ୍କ ଜଣେ ବ୍ୟବସାୟୀ ଦୋକାନ ଖୋଲିବାରୁ ବଣିକ ସଂଘ ସଦସ୍ୟ ମାନେ ଦୋକାନ ମାଲିକ ଙ୍କୁ ଯାଇ ସଂଘରେ ନିୟମ ଉଲଂଘନ କରି କାହିଁକି ଦୋକାନ ଖୋଲିଛୁ ପଚାରିବାରୁ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ପରେ ମାରପିଟ ହୋଇ ୨ଜଣ ଆହାତ ହୋଇଥିଲେ । ଦୋକାନୀ ମାଲିକ ସୁବଳ ଙ୍କୁ କୋଦଳା ମେଡିକାଲ ରେ ଚିକିଶ୍ଚିତ ହୋଇ ବ୍ରହ୍ମପୁର ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ବଣିକ ସଂଘ ପରିଚାଳକ କୀର୍ତନ ପ୍ରଧାନ ମଧ୍ୟ ଆହତ ହୋଇ ଖଲ୍ଲିକୋଟ ମେଡିକାଲ ରେ ଚିକିତ୍ସା ହୋଇଛନ୍ତି । ଏଥିସହ ଅନ୍ୟ ଜଣେ ବଣିକ ସଂଘ ସଦସ୍ୟ ମଧ୍ୟ ଆହତ ହୋଇଥିବା ଜଣା ପଡିଛି । ଖବର ପାଇ ବେଗୁନିଆପଡା ପୋଲିସ ଘାଟଣ ସ୍ଥଳରେ ପହଂଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ । ସୋମବାର ଦିନ କୀର୍ତନ ସୁବଳ ଓ କେତେ ଜଣ ସହଯୋଗୀଙ୍କ ନାମରେ ଏତଲା ଦେଇଥିବା ବେଳେ ସୁବଳ ଙ୍କ ପକ୍ଷରୁ ମଧ୍ୟ ଏତଲା ହୋଇଥିବା ପୋଲିସ ସୂଚନା ଦେଇଛି ।