ଦ୍ୱିତୀୟ ତୁଷାରଶ୍ରୀ ଯାତ୍ରା ଆୱାର୍ଡ-୨୦୨୩

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ଜୁନ୍ ମାସ ୧୭ ତାରିଖ ଦିବା ୧୦ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ଦ୍ୱିତୀୟ ତୁଷାରଶ୍ରୀ ଯାତ୍ରା ଆୱାର୍ଡ-୨୦୨୩’ ଅନୁଷ୍ଠିତ ହେବ । ଏ ନେଇ ସବିଶେଷ ତଥ୍ୟ ପ୍ରଦାନ ପାଇଁ ଶନିବାର ଅପରାହ୍ନ ୫.୩୦ ମିନିଟ୍ ସମୟରେ ବୁଲନ ଭାଇ ସେବା ଭବନ, ମାଷ୍ଟର କ୍ୟାଣ୍ଟିନ ଛକ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦ୍ୱିତୀୟ ତୁଷାରଶ୍ରୀ ଯାତ୍ରା ଆୱାର୍ଡ଼-୨୦୨୩ ପାଇଁ କଳାକାରମାନଙ୍କୁ ଚୟନ କରାଯାଇଛି । ଚୟନ ହୋଇଥିବା କଳାକାରମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଯୋଜକ-କବିରାଜ ସ୍ୱାଇଁ, ଯାତ୍ରା ସ୍ୱର୍ଣ୍ଣ ମନ୍ଦିର, ଜୀବନବ୍ୟାପୀ ସମ୍ମାନ-ବାସୁଦେବ ମହାନ୍ତି, ପାର୍ବତୀ ଗଣନାଟ୍ୟ, ଲୋକପ୍ରିୟ ନାୟକ-ପ୍ରତାପ ରାଉତ, ଲୋକପ୍ରିୟ ନାୟିକା-ରିନା ପଣ୍ଡା, ଶ୍ରେଷ୍ଠ ନାୟକ-ଅଜୟ ମିଶ୍ର, ହାଟ ବସେଇଛି ହଟନାଗରୀ, ସ୍ୱର୍ଣ୍ଣ ମନ୍ଦିର, ଶ୍ରେଷ୍ଠ ନାୟିକା-କାବେରୀ ପାଢୀ, ହାଟ ବସେଇଛି ହଟନାଗରୀ, ସ୍ୱର୍ଣ୍ଣ ମନ୍ଦିର, ଶ୍ରେଷ୍ଠ ଖଳନାୟକ-ନିଶିକାନ୍ତ ଜେନା (ଟାହିଆ), ଜାରଜ ଜହର ନୁହେଁ କାହାର, ରଙ୍ଗ ମହଲ, ଶ୍ରେଷ୍ଠ ଖଳନାୟିକା-ସୁକାନ୍ତି ପାଢୀ, ମୃତ୍ୟୁପରେ ମଣିଷ, ବିଶ୍ୱ ଦରବାର, ପାଶ୍ୱର୍ ନାୟକ-ଆକାଶ ନନ୍ଦ, କଳିଙ୍ଗ ଗଣନାଟ୍ୟ, ପାଶ୍ୱର୍ ନାୟିକା-ସୁମିତ୍ରା ଦେହୁରୀ (ମାତନ) ବିଶ୍ୱ ଦରବାର, ଶ୍ରେଷ୍ଠ ପିତା-ଅଜିତ ଦଳେଇ, ସ୍ୱର୍ଣ୍ଣ ମନ୍ଦିର, ଶ୍ରେଷ୍ଠ ମାତା-ଇଜି ସ୍ୱାଇଁ (କାଳୀ), ତୁଳସୀ ଗଣନାଟ୍ୟ, ଚରିତ୍ର ଅଭିନେତା-ଗୌର ପାଢୀ, ବିଶ୍ୱ ଦରବାର, ଉଦିୟମାନ କଳକାର (ପୁରୁଷ)-ଅଧିରାଜ ସାହୁ, ସାଇଦୁର୍ଗା, ଉଦିୟମାନ କଳାକାର (ମହିଳା) ସୋନାଲି ପଣ୍ଡା, ତୁଳସୀ, ନେଗେଟେଭି ଯୋଡ଼ି-ସୁଦର୍ଶନ ଜେନା, ବେବିନା ଜେନା, ରାଜନନ୍ଦିନୀ, ସଫଳ ଯୋଡ଼ି-ଶୁଭାଶିଷ ମହାପାତ୍ର, ହରପ୍ରିୟା ପଣ୍ଡା, ରଙ୍ଗ ମହଲ, ହାସ୍ୟ ଅଭିନେତା-ପ୍ରଭାକର ସାହୁ, ପାର୍ବତୀ, ହାସ୍ୟ ଅଭିନେତ୍ରୀ-ସସ୍ମିତା ସାହୁ (ଶଶି), ତୁଳସୀ, ଯୁବ ଅଭିନେତା-ବାପି ପଣ୍ଡା, ସୂର୍ଯ୍ୟ ମନ୍ଦିର, ନବାଗତ ନାୟକ-ପଙ୍ଗଜ ନାଥ, ପାର୍ବତୀ, ନବାଗତ ନାୟିକା-ଚାନ୍ଦିନୀ ଦାସ, ସୂର୍ଯ୍ୟ ମନ୍ଦିର, ମଞ୍ଚ ଉପସ୍ଥାପକ-ଅଭିମନ୍ୟୁ ରାଉତ, ସ୍ୱର୍ଣ୍ଣ ମନ୍ଦିର, ମଞ୍ଚ ଉପସ୍ଥାପିକା-ମୋନାଲିସା କର, ସ୍ୱର୍ଣ୍ଣ ମନ୍ଦିର, ମଞ୍ଚ ଉପସ୍ଥାପିକ ଯୋଡ଼ି- ଅଭି, ରୂପା, ସ୍ୱର୍ଣ୍ଣ ମନ୍ଦିର, ଶ୍ରେଷ୍ଠ ଗାୟକ-ଶ୍ୱେତ କୁମାର ରଥ, କୋଣାର୍କ ଗଣନାଟ୍ୟ, ଶ୍ରେଷ୍ଠ ଗାୟିକା-ନନ୍ଦିନୀ ବେହେରା, ତୁଳସୀ ଗଣନାଟ୍ୟ, ଶ୍ରେଷ୍ଠ ଗାୟକ ଗାୟିକା ଯୋଡ଼ି-ମିଟୁ ଓ ମିତା, ସାଇ ସମ୍ରାଟ, ନୃତ୍ୟ ନିର୍ଦ୍ଦେଶକ-ଚନ୍ଦନ ବେହେରା, ରଙ୍ଗ ମହଲ, ଶ୍ରେଷ୍ଠ ପରିଚାଳକ-ମନୋରଞ୍ଜନ ନାୟକ, ତୁଳସୀ, ଶ୍ରେଷ୍ଠ ଆଲୋକ ସଜ୍ଜା-ନନ୍ଦୁ, ତୁଳସୀ, ଶ୍ରେଷ୍ଠ ଶବ୍ଦ-ଦୀପୁ, ତୁଳସୀ, ଶ୍ରେଷ୍ଠ ନାଟକ-‘ଆଖି ତୋର ଲୁହ ମୋର’, ଶିବାନୀ ଗଣନାଟ୍ୟ, ଶ୍ରେଷ୍ଠ ନିର୍ଦ୍ଦେଶକ-ବିକ୍ରମ କିଶୋର ନାୟକ, ‘ଆଖି ତୋର ଲୁହ ମୋର’, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ-ଅମୃତ ଅଂଶୁ ପଟ୍ଟନାୟକ, ‘ଆଖି ତୋର ଲୁହ ମୋର’, ଶ୍ରେଷ୍ଠ ଗୀତିକାର-ନିଗମାନନ୍ଦ ମିଶ୍ର, ‘ଆଖି ତୋର ଲୁହ ମୋର’ ।ଏଠାରେ ସୂଚନାଯୋଗ୍ୟ ଯେ, ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଦୁଇବର୍ଷ ଧରି ତୁଷାରଶ୍ରୀ ଯାତ୍ରା ଆୱାର୍ଡ଼ ପ୍ରଦାନ କରାଯାଇ ଆସୁଅଛି । ଏହାଦ୍ୱାରା ଯାତ୍ରା ଜଗତ କଳାମାରମାନଙ୍କ ମଧ୍ୟରେ ନିଖୁଣ ଅଭିନୟ କରିବାରେ ପ୍ରେରଣା ଯୋଗାଇବ ବୋଲି ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ତୁଷାର ଚାରିଟେବୁଲ ଟ୍ରଷ୍ଟର ସଭାପତି ଜିତେନ୍ଦ୍ର କୁମାର ଜେନା, ଉପଦେଷ୍ଟା ଶିବିର କୁମାର ପରିଡ଼ା, ରଶ୍ମି କର, ବିକାଶ ଚନ୍ଦ୍ର ପଟ୍ଟନାୟକ, କେଦାର ପଟ୍ଟନାୟକ, ଅଜିତ ପ୍ରସାଦ ସାହୁ, ପ୍ରଶାନ୍ତ ମହାନ୍ତି, ସାଂସ୍କୃତିକ ସମ୍ପାଦକ ଅବିନାଶ ଦଣ୍ଡପାଟ, ପରମେଶ୍ୱର ଦାଶ, ସଂଗ୍ରାମ କେଶରୀ ଜେନା, ବିଜୟ ବେହେରା, ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ସମ୍ପାଦକ ବିବେକାନନ୍ଦ ବାରିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ