ଦ୍ୱିତୀୟ ଦିନରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଏକତାର ବାର୍ତ୍ତା ଦେଲେ ବିଧାୟକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ପଞ୍ଚାୟତ ରେ ପରମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଆଜି ଅର୍ଥାତ ଶନିବାର ଦିତୀୟ ଦିନରେ ପହଞ୍ଚିଛି।ଆଜିର କାର୍ଯ୍ୟକ୍ରମ ସଖାଳ ୬ଘଣ୍ଟା ୩୦ମି ଆରମ୍ବ ହୋଇ ପ୍ରଥମେ ତୈଳିକ ସମାଜ ର ଆରାଧ୍ୟ ଦେବତା କୁଳଗଙ୍ଗା ଙ୍କ ନିକଟରେ ବିଭୂ ପ୍ରାର୍ଥନା ଓ ପୂଜାର୍ଚ୍ଚନା ସାରି କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ଙ୍କ ସ୍ୱାଗତ ସମ୍ଭାଷଣ ଓ ଆମନ୍ତ୍ରିତ କ୍ରମେ କେନ୍ଦ୍ରୀୟ ପରିଷଦ ର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ମହାସଭାର ସଭାପତି ଶ୍ରୀ ଦଣ୍ଡାସି ସାହୁ, କେନ୍ଦ୍ର ସଭାପତି ଶ୍ରୀ ଶରତ କୁମାର ସାହୁ,ଉପସଭାପତି ପ୍ରଶାନ୍ତ କୁମାର ସାହୁ, ସତ୍ୟ ନାରାୟଣ ସାହୁ, ସଙ୍ଗଠନ ସମ୍ପାଦକ ତ୍ରିପତି ସାହୁ, ଅଫିସ ସମ୍ପାଦକ ନୀଳମଣି ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ, ଆଞ୍ଚଳିକ ସଭାପତି ଧର୍ମା ସାହୁ, ଚନ୍ଦ୍ରଶେଖର ସାହୁ, ଅଭିମନ୍ୟୁ ସାହୁ,ରାଧାକାନ୍ତ ସାହୁ ଙ୍କ ସମେତ ସମସ୍ତ ଗ୍ରାମ ପରିଷଦ ସଭାପତି ମଞ୍ଚାସିନ ହୋଇଥିଲେ।ଏହା ପରେ ମହାସଭା ସଭାପତି ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ହୋଇ ମଞ୍ଚାସିନ କର୍ମକର୍ତ୍ତା ମାନେ ନିଜ ନିଜ ଅଭି ଭାଷଣ ପ୍ରଦାନ କରିଥିଲେ।ପରବର୍ତ୍ତୀ ସମୟରେ ସମାଜର ଉପବିଧି ଧାରା ଅନ୍ତର୍ଗତ ସମାଜ ଗଠନ, କ୍ଷମତା, ଦାଇତ୍ୱ,କର୍ତବ୍ୟ, ଆଚରଣ ବିଧି, ଇସ୍ତଫା, ବହିଷ୍କାର, କାର୍ଯ୍ୟଭାର, ବିଜ୍ଞପ୍ତି, ସମସ୍ୟା, ସମାଧାନ, ବିଚାରଧାରା,ବିବାହ, ଶିକ୍ଷା, ସ୍ୱାସ୍ଥ୍ୟ,ବାଲ୍ୟ ବିବାହ,ଉପବିଧି ସଂଶୋଧନ ଉପରେ ସମୀକ୍ଷା କରାଯାଇଥିଲା।ଇତି ମଧ୍ୟରେ ସୁଦୂର କୋରାପୁଟ ଜିଲ୍ଲା ଜୟପୁର ସହର ରୁ ଆସି ପହଞ୍ଚି ଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କୁ ସସମ୍ମାନ ସହ ପାଛୋଟି ଆଣି ମଞ୍ଚାସିନ କରାଇବା ପରେ ନିଜର ବକ୍ତବ୍ୟ ପ୍ରଦାନ ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସମାଜର ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ । ଏହା ପରେ ସନ୍ଧ୍ୟା ଆଳତି ସାରି ପାଟପୁର ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ସ୍ୱାଇଁ ଆଧ୍ୟାତ୍ମିକ ପ୍ରବଚନ ସାଙ୍ଗକୁ ସାମାଜିକ ସଂସ୍କାର ମୂଳକ କାର୍ଯ୍ୟ ଉପରେ ଆଲୋକ ପାତ କରିଥଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ତୈଳିକ ସମାଜ ଭାରତୀୟ ଯୁବ ସଙ୍ଗଠନ ର ସଦସ୍ୟ ଯୋଗେଶ ପ୍ରସାଦ ସାହୁ ଉପସ୍ଥିତ ହୋଇ ସମାଜର କଲ୍ୟାଣ ଦୃଷ୍ଟିରୁ ନିଜ ମତବ୍ୟକ୍ତ କରିଥିଲେ ।


