ଧନୁଆ ଓ କୁଶଭଦ୍ରା ନଦୀରେ ବନ୍ୟା

ନିମାପଡ଼ା, (ସନ୍ତୋଷ ଦାଶ):ଧନୁଆ ନଦୀ ବନ୍ୟାରେ ନିମାପଡା ବ୍ଲକର ବଡ଼ମାଛପୁର, ଅଲଣ୍ଡା ଓ ଶଗଡ଼ା ପ୍ରଭୃତି ପଞ୍ଚାୟତ ର ୨୦ ରୁ ଉର୍ଦ୍ଧ୍ବ ଗାଁ ପାଣି ଘେର ରେ ରହି ଥିବାବେଳେ ବନ୍ୟାଜଳ ବୃଦ୍ଧିପାଉଥିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଧନୁଆ ଓ କୁଶଭଦ୍ରା ନଦୀ ର ବନ୍ୟା ରେ ନିମାପଡ଼ା ଓ ଗୋପ ବ୍ଲକର ୧୮ ଟି ପଞ୍ଚାୟତ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି। କୁଶଭଦ୍ରା ନଦୀ ବନ୍ୟା ଜଳ ରେ ଗୋପ ବ୍ଲକ ର ରାହାଁଗୋରଡା, ଡଭାର , ନୂଆ ଖୋଲମରା, ଅଣ୍ଡରା, ଗଣେଶ୍ୱରପୁର ପ୍ରଭୃତି ପଞ୍ଚାୟତ ର ୨୫ ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ ହୋଇପଡ଼ିଛି। ନଦୀ ରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଥିବାରୁ ଜନ ସାଧାରଣ ଆତଙ୍କିତ ହୋଇପଡିଛନ୍ତି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ପଦାଧିକାରୀ ଙ୍କ ସହ ବନ୍ୟା ଅଂଚଳ ବୁଲି ଦେଖିବା ସହ ସମ୍ଭାବ୍ୟ ବନ୍ୟାକୁ କିପରି ମୁକାବିଲା କରାଯାଇପାରିବ ସେ ଦିଗରେ ଗୋପ ଓ ନିମାପଡା ବ୍ଲକ କାର୍ଯ୍ୟାଳୟ ଠାରେ ସରକାରୀ ଅଧିକାରୀଙ୍କ ସହ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ଯେକୋୖଣସି ପରିସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ