ଲିଟିଲ ଷ୍ଟାର ଗ୍ରୁପର ପାଠ ମଉଜ ଓ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡାର ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପର ୧୮ତମ ପାଠ ମଉଜ ଓ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ପାଟପୁର ସ୍ଥିତ ବାବା କପିଳେଶ୍ୱର ଶମ୍ଭୁ ପୀଠ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଗ୍ରୁପର ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ବିଶିଷ୍ଟ ଶିକ୍ଷାବିତ ଜଗତ ପ୍ରସାଦ ସାବୁତ, ବାନରସେନା ର ସମ୍ପାଦକ ପ୍ରକାଶ ଖଟୋଇ, ନିମାପଡା ସରସ୍ବତୀ ଶିଶୁମନ୍ଦିର ର ପରିଚାଳନା ସମ୍ପାଦକ ଦିଲୀପ ଦାଶ, ଗ୍ରୁପର ଉପଦେଷ୍ଟା ଡ଼.ପ୍ରଣବ ସ୍ୱାଇଁ, ଅଧ୍ୟାପକ ଡ଼.ରବୀନ୍ଦ୍ର ନାଥ ପାଢ଼ୀ, ସୁବ୍ରତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍ସବ ରେ ଯୋଗଦେଇଥିବା ମେଧାବୀ ଛାତ୍ର /ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦେବାସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଉତ୍ସବରେ ବହୁ ଛାତ୍ର ଛାତ୍ରୀ ଙ୍କ ସମେତ ସେମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ। ଅନୁଷ୍ଠାନ ପକ୍ଷରୁ ଅଜୟ ମିଶ୍ର, ଧର୍ମ ପଦ ଦାସ, ବିଷ୍ଣୁ ପ୍ରସାଦ ମିଶ୍ର, ଅମୀୟ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


