ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତ କାହାଳିଆଗଡିଆ ଗ୍ରାମର ସ୍ୱର୍ଗତ କାହ୍ନୁ ଚରଣ ସାହୁଙ୍କ ଧର୍ମପତ୍ନୀ ସାବିତ୍ରୀ ସାହୁଙ୍କ ୮୮ବର୍ଷ ବୟସରେ ସୋମବାର ଦିନ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ତଥା ପୁର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସୁରଥ ଚନ୍ଦ୍ର ସାହୁ, ମୁରଲୀଧର ସାହୁ, ପୁରୁଷୋତ୍ତମ ସାହୁ, ମାନସ ସାହୁ, ନାତି ଅନିଲ, ସୋନୁ, ଜଗନ, ପିନୁ, ପାପୁନି, ନାତୁଣୀ ସୁଚିସ୍ମିତା, ମଧୁସ୍ମିତା, ମାମୁନୀ, ଜିନୁ, ମାମା, ଜହ୍ନା ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣା, ପରୋପକାରୀ ଓ ବନ୍ଧୁ ବତ୍ସଳା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବର ପାଇ ସରପଞ୍ଚ ଅଜିତ ରାଉତ, ପୁର୍ବତନ ସରପଞ୍ଚ ନିରୁପମା ପାତ୍ର, ଅଶୋକ ପାତ୍ର, ହାଡିବନ୍ଧୁ ଦେହୁରୀ, ରାଜେନ୍ଦ୍ର ପାତ୍ର, ପୁର୍ବତନ ସମିତିସଭ୍ୟ ରାଜେନ୍ଦ୍ର ରାଉତ, ହରିବଲ୍ଲବ ନାୟକ, ଆନନ୍ଦ ରାଉତଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରେ ପୁଷ୍ପମାଲ୍ୟ ଅର୍ପଣକରି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ନିଜ ଘରବାଡିରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ମୁରଲୀଧର ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ